Latest Odisha News

BREAKING NEWS

କେନ୍ଦୁଝରର ନିଆରା ପର୍ବ ମଳିଓଷା: କେମିତି ହୁଏ ପାଳନ, ଜାଣନ୍ତୁ..

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ମାଘ ମାସରେ ପାଳନ କରାଯାଏ ଏକ ନିଆରା ପର୍ବ ମଳିଓଷା । ସମ୍ପୂର୍ଣ୍ଣ ଜିଲ୍ଲାରେ ନହେଲେ ମଧ୍ୟ ବାଂଶପାଳ ବ୍ଲକରେ ପାଳିତ ହୁଏ ଏହି ଓଷା।

ଏଥିପାଇଁ ଉତ୍ସବ ମୁଖର ହୋଇଉଠେ ପୁରପଲ୍ଲୀ।

ଓଷା ନିୟମ:

ଏହି ଓଷାରେ ଗାଁର ମହିଳାମାନେ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରନ୍ତି।ମହିଳାମାନେ ଗାଁର ଠାକୁରାଣୀଙ୍କ ନିକଟରେ ପାଳନ କରନ୍ତି। ଏହି ଓଷାରେ ଗାଁର ଉନ୍ନତି ସାଙ୍ଗକୁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ।

ଓଷା ପାଳନ ପାଇଁ ସାରା ଗାଁ ସକାଳୁ ଆରମ୍ଭ କରି ସଞ୍ଜ ଯାଏଁ ଲାଗିଥାଏ ପ୍ରବଳ ଭିଡ଼।

ବିଧି ଅନୁସାରେ ଏହି ଓଷାରେ ଜଙ୍ଗଲରେ ପୋଡପିଠା ପ୍ରସ୍ତୁତ କରାଯାଇ ପଲାଙ୍ଗରେ ବାଣ୍ଟି ତାକୁ ପୂଜାର୍ଚ୍ଚନା କରାଯାଏ । ଏହାପରେ ପିଠାକୁ କାନ୍ଧରେ ବୋହି ବାଜାର ତାଳେ ତାଳେ ନାଚି ଗାଁର ଦରବାରକୁ ଅଣାଯାଇଥାଏ। ଏହାପରେ ଗାଁ ଲୋକମାନେ ଏହାକୁ ଏକାଠି ବସି ଖାଇଥାନ୍ତି।

ବ୍ରତଧାରୀ ମାନେ ନିଜ ପିଲାଙ୍କୁ ଗ୍ରାମ ଦେବତୀଙ୍କ ନିକଟରେ ସମର୍ପଣ କରିଥାନ୍ତି। ଏହି ଓଷା ଦିନ ପିଲାଙ୍କୁ ଅଚେତ ହେବାକୁ ପଡିଥାଏ। ବିଶ୍ୱାସ ରହିଛି ମନ୍ତ୍ର ଦ୍ୱାରା ଅଚେତ କରାଯାଉଥିବା ବେଳେ ଯଦି କୌଣସି କାରଣରୁ ତଳେ ପିଲାଟି ପଡିଯାଏ ତେବେ ସେ ଆଉ ଚେତା ଫେରି ପାଇବ ନାହିଁ । ତେଣୁ ତାକୁ ତଳେ ପକାଇବାକୁ ଦିଆ ନଯାଇ ଏକ ଧାନ ଗୋହଗ ଉପରେ ଶୋଇବାକୁ ଦେଇଥାନ୍ତି।

ଅଚେତ ଅବସ୍ଥାରେ ଏହିପରି ନାଚ ଗୀତର ତାଳେ ତାଳେ ମା ଠାକୁରାଣୀଙ୍କ ନିକଟକୁ ଆଣିବା ସହ ସେଠାରେ ପୂଜାର୍ଚ୍ଚନା କରାଯାଇଥାଏ। ମାଆଙ୍କ କୃପାରୁ ଅଚେତ ଥିବା ପିଲାର ଚେତା ଫେରି ଆସିଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.