ନୂଆଦିଲ୍ଲୀ: ସାରାଦେଶରେ ଲକଡାଉନ ସମୟସୀମା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କିନ୍ତୁ ଏହା ସହ ସେ କହିଛନ୍ତି ଯେ ୨୦ ଏପ୍ରିଲରୁ କିଛି ମନୋନୀତ ଅଞ୍ଚଳକୁ କୋହଳ ପ୍ରଦାନ କରାଯିବ । ଏଥିପାଇଁ ମୋଦୀ କିଛି ସର୍ତ୍ତ ରଖିଛନ୍ତି ।
ଲକଡାଉନ କୋହଳ ପାଇଁ ମୋଦୀଙ୍କ ସର୍ତ୍ତ:
ମୋଦୀ କହିଛନ୍ତି, ‘୨୦ ଏପ୍ରିଲ ସୁଦ୍ଧା ପ୍ରତ୍ୟେକ ଜିଲ୍ଲା, ସହର, ରାଜ୍ୟକୁ ଅତି ନିକଟରୁ ଯାଞ୍ଚ କରାଯିବ। ସେଠାରେ କେତେ ଲକଡାଉନ୍ ଅନୁସରଣ କରାଯାଇଛି, ଅଞ୍ଚଳବାସୀ ନିଜକୁ କରୋନା ଠାରୁ କେତେ ରକ୍ଷା କରିଛନ୍ତି ତାହାର ମୂଲ୍ୟାଙ୍କନ କରାଯିବ। ‘
୨୦ ଏପ୍ରିଲରୁ ଏହିସବୁ ଅଞ୍ଚଳରେ କୋହଳ କରାଯିବ ଲକଡାଉନ:
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏହି ଅଗ୍ନିପରୀକ୍ଷାରେ ସଫଳ ହେବେ, ଯେଉଁମାନେ ନିଜ ଅଞ୍ଚଳରେ ହଟସ୍ପଟ୍ ବଢିବାକୁ ଦେବେ ନାହିଁ ଏବଂ ଯେଉଁ ଅଞ୍ଚଳ ହଟସ୍ପଟର ରୂପ ନେବାର ସମ୍ଭାବନା କମ୍ ଥିବ, ଏପ୍ରିଲ୍ ୨୦ ରୁ ଏହି ସମସ୍ତ ଅଞ୍ଚଳରେ ଜରୁରୀ କାର୍ଯ୍ୟ କରିବା ପାଇଁ ବାହାରକୁ ଆସିବାର ଅନୁମତି ପ୍ରଦାନ କରାଯିବ ।
ଏପ୍ରିଲ ୨୦ ରୁ କୋହଳ ହେବା ପରେ ମଧ୍ୟ ଜାରି ରହିବ ଏହିସବୁ ସର୍ତ୍ତ:
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଉପରେ ରୋକ ଲଗାଇପାରିଥିବ ଯେଉଁ ଅଞ୍ଚଳରେ ଲକଡାଉନ କୋହଳ କରିବାକୁ ଅନୁମତି ଦିଆଯିବ, ସେଠାରେ କିଛି ସର୍ତ୍ତ ମଧ୍ୟ ରହିବ। ଏହିସବୁ ଅଞ୍ଚଳରେ ବାହାରକୁ ବାହାରିବାର ନିୟମକୁ ବହୁତ କଠୋର କରାଯିବ ।
ଯଦି ଉକ୍ତ ଅଞ୍ଚଳ ମାନଙ୍କରେ ପୁନର୍ବାର କରୋନା ଚିହ୍ନଟ ହୁଏ ତେବେ ସମସ୍ତ ଅନୁମତି ପ୍ରତ୍ୟାହାର କରାଯିବ। କୋହଳ ସମୟରେ କୌଣସି ଅବହେଳା କରିବା ନା କାହାକୁ ଅବହେଳା କରିବାକୁ ଅନୁମତି ଦେବା ବୋଲି ମୋଦୀ କହିଛନ୍ତି ।
କାହିଁକି ନିଆଗଲା କୋହଳ କରିବାର ନିଷ୍ପତ୍ତି:
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏ ବାବଦରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବେ। ସେ କହିଛନ୍ତି, ଗରିବ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସୀମିତ କୋହଳର ବ୍ୟବସ୍ଥା କରାଯାଇଛି। ତାଙ୍କ ଜୀବନରେ ଥିବା ଅସୁବିଧାକୁ ହ୍ରାସ କରିବା ହେଉଛି ସର୍ବୋଚ୍ଚ ପ୍ରାଥମିକତା ମୋଦି କହିଛନ୍ତି।
Comments are closed.