ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି । ଛେପ ପକାଇଲେ ଜରିମାନା ଦେବାକୁ ପଡିବ । ଗୁଟ୍କା, ତମାଖୁ ଓ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି । ସାର୍ବଜନୀନ ସ୍ଥାନ କିଂବା କୌାଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ୟ୍ୟବେକ୍ଷଣ କରିବେ। ବିବାହ ଓ ଶବ ସତ୍କର ଭଳି କାର୍ୟ୍ୟକ୍ରମକୁ ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ନିୟନ୍ତ୍ରଣ କରିବେ।
ସେହିପରି କରୋନା ଭାଇରସ ସଂକ୍ରମଣ ରୋକିବାକୁ ଅଫିସ୍ମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି ରହିଛି । ଭିନ୍ନ ଭିନ୍ନ ସମୟରେ ଲଂଚ ବ୍ରେକ କରିବା, ପ୍ରତି ସିଫ୍ଟ ମଧ୍ୟରେ ଅଧାଘଂଟା ବିରାମ ଦେବା, ବରିଷ୍ଠ ନାଗରିକଙ୍କ ପାଇଁ ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବଡ ଧରଣର ବୈଠକ ଆୟୋଜନ କରିବାକୁ ମନା ହୋଇଛି ।
ଅଫିସ, କାରଖାନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କରେ ନିର୍ଦ୍ଧାରିତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଯଦି କଟକଣାକୁ କେହି ଅମାନ୍ୟ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଜରିମାନା ସମେତ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
BREAKING NEWS
- Eiffel Tower: କାହଁକି ହଠାତ୍ ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…
- ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଠାବ
- ଦିଲ୍ଲୀ କୋଠା ଭୁଶୁଡିବା ଘଟଣା; ମାଲିକ ଓ ତାଙ୍କ ପତ୍ନୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ…
- PM Modi’s Programme: ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଜବରଦସ୍ତ କ୍ରେଜ୍! ୧ ଘଣ୍ଟାରେ ସବୁ ସିଟ୍ ବୁକ୍, ୪୨ ହଜାରରୁ ଅଧିକ ୱେଟିଂ ଲିଷ୍ଟରେ
- ରାଜଧାନୀରେ ହୁତୁହୁତୁ ହୋଇ ଜଳିଲା କାର..
- ଆଇଫେଲ୍ ଟାୱାର ବନ୍ଦ: ଫ୍ରାନ୍ସରେ ହଙ୍ଗାମା
- OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
- ଚଦ୍ର ଆମର: କାହିଁକି ଏପରି ଦାବି କଲେ ଟ୍ରମ୍ପ…
- ବଦଳିଲା ନିୟମ; ଏଣିକି ୨୫ ଦିନରେ କରିପାରିବେ ଗ୍ୟାସ ବୁକିଂ
- ପୁଣି ଟଙ୍କପାଣି ବ୍ରିଜ୍ରୁ ନଦୀକୁ ଡେଇଁଲେ ଯୁବକ

Comments are closed.