ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ ଲକ୍ଡାଉନକୁ ନେଇ ଭିଡିଓ କନଫରେନ୍ସିଂରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସେ କହିଛନ୍ତି, ଦେଶରେ ବର୍ତ୍ତମାନ ସ୍ଥିତି ସଂକଟାପନ୍ନ ରହିଛି । ଏପରି ସମୟରେ ସମସ୍ତେ ମିଳିମିଶି କାମ କରିବା ଉଚିତ । କରୋନା ଭୂତାଣୁ ପାଇଁ ଲକଡାଉନ ସ୍ଥାୟୀ ସମାଧାନ ନୁହେଁ ବୋଲି ରାହୁଲ କହିଛନ୍ତି । ତାଲାବନ୍ଦ ଉଠିବା ପରେ ପୁଣି କରୋନା ବ୍ୟାପି ପାରେ । ସାମୟିକ ସମୟ ପାଇଁ ଦେଶରେ ଏହାର ପ୍ରଭାବ ଦେଖାଯିବ । ତାଲାବନ୍ଦ ପାଇଁ ସ୍ୱତନ୍ତ୍ର ରଣନୀତ ଆବଶ୍ୟକ ବୋଲି କହିଛନ୍ତି ରାହୁଲ ।
ଅନ୍ୟପଟେ କରୋନା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ରାପିଡ଼୍ ଟେଷ୍ଟିଂ । ଟେଷ୍ଟିଂ ଜରିଆରେ ହିଁ କରୋନାକୁ କାବୁ କରାଯାଇ ପାରିବ । ରାପିଡ଼୍ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
BREAKING NEWS
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
- Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’
- Jasprit Bumrah: ମିଶନ ୨୦୨୭ – ବୁମରାଙ୍କ ବଡ଼ ନିଷ୍ପତ୍ତି !
Comments are closed.