ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତ ସଂଖ୍ୟା । ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ନେଇ ନୂଆ ଗାଇଡଲାଇନ୍ ମଧ୍ୟ ଜାରି ହୋଇସାରିଛି । ତେବେ ବିରୋଧୀ ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ଓ ଲକ୍ଡାଉନକୁ ନେଇ ଭିଡିଓ କନଫରେନ୍ସିଂରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସେ କହିଛନ୍ତି, ଦେଶରେ ବର୍ତ୍ତମାନ ସ୍ଥିତି ସଂକଟାପନ୍ନ ରହିଛି । ଏପରି ସମୟରେ ସମସ୍ତେ ମିଳିମିଶି କାମ କରିବା ଉଚିତ । କରୋନା ଭୂତାଣୁ ପାଇଁ ଲକଡାଉନ ସ୍ଥାୟୀ ସମାଧାନ ନୁହେଁ ବୋଲି ରାହୁଲ କହିଛନ୍ତି । ତାଲାବନ୍ଦ ଉଠିବା ପରେ ପୁଣି କରୋନା ବ୍ୟାପି ପାରେ । ସାମୟିକ ସମୟ ପାଇଁ ଦେଶରେ ଏହାର ପ୍ରଭାବ ଦେଖାଯିବ । ତାଲାବନ୍ଦ ପାଇଁ ସ୍ୱତନ୍ତ୍ର ରଣନୀତ ଆବଶ୍ୟକ ବୋଲି କହିଛନ୍ତି ରାହୁଲ ।
ଅନ୍ୟପଟେ କରୋନା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ରାପିଡ଼୍ ଟେଷ୍ଟିଂ । ଟେଷ୍ଟିଂ ଜରିଆରେ ହିଁ କରୋନାକୁ କାବୁ କରାଯାଇ ପାରିବ । ରାପିଡ଼୍ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
BREAKING NEWS
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
Comments are closed.