Latest Odisha News

BREAKING NEWS

କରୋନା ଭୟ: ଏକାଠି ମିଳିମିଶି ମୁକାବିଲା କରିବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ମାରାତ୍ମକ ଭୂତାଣୁ ସଂକ୍ରମଣରୁ ନିଜକୁ କିଭଳି ରକ୍ଷା କରିହେବ ସେଥିପାଇଁ ସେ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି । କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ନବୀନ ।

ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମଣିଷ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି । ସମସ୍ତଙ୍କ ସହଯୋଗରେ ଓଡ଼ିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକି ହେବ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ କୌଣସି ଗୁଜବ ଖବରକୁ ବିଶ୍ୱାସ ନକରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.