Latest Odisha News

BREAKING NEWS

କରୋନାଭାଇରସ୍ ଆତଙ୍କ: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ଦିଲ୍ଲୀର ପ୍ରଥମ ‘ପଜିଟିଭ୍ ରୋଗୀ’

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ରାଜଧାନୀ ଦିଲ୍ଲୀର ପ୍ରଥମ କରୋନାଭାଇରସ୍ ପଜିଟିଭ୍ ରୋଗୀ । ମୟୂର ବିହାର ଅଞ୍ଚଳର ୪୫ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।

ଏହି ବ୍ୟକ୍ତିଙ୍କୁ ଶନିବାର ଦିନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ମିଲିଥିବା ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଫେବୃଆରୀ ୨୨ ରେ ଇଟାଲୀରୁ ଫେରିଥିଲେ। କୋରାନାରେ ଆକ୍ରାନ୍ତ ହୋଇ ମାର୍ଚ୍ଚ ୨ରେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ସେ ରାଜଧାନୀର ଏକ ପଞ୍ଚ ତାରକା ହୋଟେଲରେ ତାଙ୍କ ପୁଅର ଜନ୍ମଦିନ ପାଳିବା ସହ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ।

ଦିଲ୍ଲୀର ଜନସ୍ୱାସ୍ଥ୍ୟ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ, ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଦିଲ୍ଲୀରେ ୪୧ ଜଣ ଏବଂ ସହର ବାହାରେ ୬୪ ଜଣଙ୍କୁ ମିଶାଇ ସର୍ବମୋଟ ୧୦୫ ଜଣଙ୍କୁ ଚିହ୍ନିଟ କରିବାରେ ସଫଳ ହୋଇଥିଲେ ।  କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ବି ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ପଡିଲା ନାହିଁ ବୋଲି ସେ କହିଛନ୍ତି ।

ନୋଭେଲ କରୋନାଭାଇରସକୁ ନେଇ ଚାପଗ୍ରସ୍ତ ଥିବା ଲୋକଙ୍କୁ ଏହି ଘଟଣା ଆଶ୍ବସ୍ଥି ପହଞ୍ଚାଇବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.