Latest Odisha News

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଅବଲମ୍ବନ କରନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପକ ଭାବେ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏହି ଘାତକ ମହାମାରୀ ଯୋଗୁଁ ହଜାର ହଜାର ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିସାରିଛି । ଭାରତରେ ଏହି ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ସଚେତନତା ମୂଳକ ପରାମର୍ଶକୁ ପାଳନ କରିବା ଉଚିତ । ଘରୁ ନବାହାରି ସ।।ମଜିକ ଦୂରତା ଅବଲମ୍ବନ କରିବା ଉଚିତ ।

୧ – ଅସୁସ୍ଥ ବ୍ୟକ୍ତିମାନଙ୍କଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରିବା । ଯେଉଁମାନଙ୍କୁ ଛିଙ୍କ ହେଉଛି ବା କାଶ ହେଉଛି ସେମାନଙ୍କଠାରୁ ୩ ମିଟର ଦୂରତା ବ୍ୟବଧାନରେ ରହିବା ଆବଶ୍ୟକ ।

୨ – ନିଜର ଆଖି, ନାକ ଏବଂ ପାଟିକୁ ଛୁଇଁବା ଉଚିତ୍ ନୁହେଁ ।

୩ – ଅସୁସ୍ଥତା ଅନୁଭବ କରୁଥିଲେ ସମ୍ପୂର୍ଣ୍ଣ ଭାବେ ଘରେ ରହିବା ଆବଶ୍ୟକ ।

୪ – ନିଜେ କାଶୁଥିବା ବେଳେ ବା ଛିଙ୍କୁଥିବା ବେଳେ ଟିସୁ ପେପର ବା ରୁମାଲ ମୁହଁରେ ଦେଇ ଛିଙ୍କିବା ଉଚିତ ।

୫ – ମୋବାଇଲ, ଲାପଟପ ବା ଦୈନିକ ବ୍ୟବହାର୍ଯ୍ୟ ଜିତିଷକୁ ଡ଼ିସଇଫେକ୍ଟାଣ୍ଟ ଦ୍ୱାରା ସ୍ପ୍ରେ କରି ସଫା କରିବା ଆବଶ୍ୟକ ।

୬ – ଯେଉଁମାନେ ସଂକ୍ରମିତ ବ୍ୟକ୍ତି ସେମାନେ ମାସ୍କ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ ।

୭ – ହାତକୁ ଗୋଡ଼ିଏ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ସାବୁନ ବା ହ୍ୟାଣ୍ଡୱାସରେ ସଫା କରିବା ଆବଶ୍ୟକ । ସେହିପରି ଖାଇବା ପୂର୍ବରୁ ନିଶ୍ଚିତ ରୂପେ ହାତ ସାବୁନରେ ଧୋଇବା ଉଚିତ ।

୮ – ଯଦି ସାବୁନ ନାହିଁ ତେବେ ଆଲକୋହଲ୍ ଯୁକ୍ତ ସାନିଟାଇଜର୍ ବ୍ୟବହାର କରନ୍ତୁ ।

୯ – ଯଦି ଆପଣଙ୍କୁ ଜ୍ୱର, କାଶ କିମ୍ବା ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ତେବେ ଚିକିତ୍ସା ଲାଗି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

୧୦ – ବାହାରକୁ କେଉଁ ଆଡ଼େ ଯିବାକୁ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶନାମା ଓ ପରାମର୍ଶ ଗୁଡ଼ିକୁ ପାଳନ କରିବା ଆବଶ୍ୟକ ।

Leave A Reply

Your email address will not be published.