Latest Odisha News

BREAKING NEWS

କରୋନା ଭୟରେ ଜେଲରେ ଦଙ୍ଗା, ୬ ମୃତ

ରୋମ: କରୋନା ସଂକ୍ରମଣ ଯୋଗୁଁ ଇଟାଲୀରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରତିବନ୍ଧକ ଲାଗୁ କରିଦିଆଯାଇଛି । ଇଟାଲୀର ଜେଲରେ ମଧ୍ୟ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଇଟାଲୀର ମୋଡେନା ଜେଲରେ ରବିବାର ରାତିରେ ଦଙ୍ଗା ହୋଇଛି ଏବଂ କଏଦୀମାନେ ଜେଲର ଅନେକ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଦଙ୍ଗାରେ ୬ କଏଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ୧.୫ କୋଟି ଜନସଂଖ୍ୟା ଥିବା ଉତ୍ତର ଇଟାଲୀରେ ଯିବା ଆସିବା ଉପରେ ରୋକ ଲଗାଇଦେଇଛନ୍ତି । କଏଦୀଙ୍କ ଦଙ୍ଗା ଯୋଗୁଁ ଜେଲର ବହୁତ କ୍ଷୟକ୍ଷତି ହୋଇଛି । ମିଳିଥିବା ସୂଚନା ମୁତାବକ, ପାଖାପାଖି ୫୦୦ଜଣ କଏଦୀ ମିଶି ଏହି ଷଡଯନ୍ତ୍ର ରଚିଥିଲେ । ସେମାନେ କରୋନା ବାହାନାରେ ଦଙ୍ଗା କରି ଜେଲରୁ ଫେରାର ହେବାର ଯୋଜନା କରିଥିଲେ ।

Leave A Reply

Your email address will not be published.