Latest Odisha News

ଦୋଳ ଉତ୍ସବରେ ଉଲ୍ଲସିତ ଗାଁ ଠୁ ସହର…

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ଗାଁ ଠାରୁ ସହର ଚାରିଆଡ଼େ ଏବେ ଚାଲିଛି ଦୋଳ ଉତ୍ସବ । ପ୍ରଭୁ ରାଧାମାଧବ ତ୍ରିଭଙ୍ଗୀ ଠାଣିରେ ଝୁଲି ଝିଲି କରୁଛନ୍ତି ଗାଁ ପରିକ୍ରମା ।

ଖାଲି ଗାଁ ଗହଳି ନୁହେଁ ରାଜଧାନୀ ଉପକଣ୍ଠର ଗ୍ରାମାଂଚଳ ଗୁଡିକରେ ମଧ୍ୟ ଏହି ଉତ୍ସବ ବଡ଼ ଉତ୍ସାହ ଓ ଉଦିପନାର ସହ ପାଳନ କରାଯାଉଛି ।

ଉତ୍ତର ଭୁବନେଶ୍ୱର, ମଂଚେଶ୍ୱର, ରଙ୍ଗମାଟିଆ, ଗଡ଼କଣ, ପଟିଆ, କଳାରାହାଙ୍ଗ, ଡ଼ମଣା, କଳାଝରୀ, ବରିମୁଣ୍ଡ, ରଘୁନାଥପୁର, ଦାରୁଠେଙ୍ଗ ଓ ନହରକଣ୍ଟାରେ ଦୋଳ ପର୍ବରେ ରାଧାମାଧବଙ୍କ ବିମାନଯାତ୍ରା, ଭୋଗଖିଆ ଓ ଫଗୁ ଖେଳ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲୁଥିବା ଦେଖିବାକୁ ମିଳିଛି ।

ଗୁରୁବାର ଫଗୁ ଦଶମୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଗୁ ପର୍ବ ପାଳନ ହୋଇଛି । ମହାପ୍ରଭୁଙ୍କ ଠାରେ ଫଗୁ ଲାଗି କରାଯାଇଛି ।

ଆଜି ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ବିଭିନ୍ନ ଅଂଚଳରେ ଦୋଳ ଗୋବିନ୍ଦ ସ୍ୱତନ୍ତ୍ର ବିମାନରେ ସାହି ପରିକ୍ରମା କରୁଛନ୍ତି । ଆସନ୍ତା କାଲି ପାଳନ ହେବ ଭାଇଚାରା ଓ ଏକତାର ପର୍ବ ହୋଲି ।

Leave A Reply

Your email address will not be published.