Latest Odisha News

BREAKING NEWS

ରୋମରୁ ୨୬୩ ଭାରତୀୟଙ୍କୁ ନେଇ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲିର ରୋମରେ ଫସିରହିଥିବା ପ୍ରାୟ ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି ।

ଏନେଇ ଟ୍ୱିଟ୍ କରିଛି ଜାତୀୟ ନ୍ୟୁଜ ସରବରାହ ସଂସ୍ଥା ଏଏନଆଇ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ରୋମରୁ ୨୬୩ ଜଣ ଭାରତୀୟଙ୍କୁ ଧରି ସ୍ୱଦେଶ ଫେରିଛି । ଆଜି ସକାଳେ ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ଥର୍ମାଲ ସ୍କାନିଂ ଓ ଇମିଗ୍ରେସନ କରାଯିବା ପରେ ସେମାନଙ୍କୁ ଦିଲ୍ଲୀର ଛାୱଲା ଅଞ୍ଚଳସ୍ଥିତ ଆଇଟିବିପି ଛାୱଲା କ୍ୱାରେନଣ୍ଟିନରେ ରଖାଯିବ ।

ସୂଚନାଯୋଗ୍ୟ, ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୩୧୫କୁ ବୃଦ୍ଧି ହୋଇଥିବାନେଇ ଇଣ୍ଡିଆନ୍ କାଉନସିଲ୍‌୍ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ନିକଟ ଅତୀତରେ ଭାରତରେ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଏଯାବତ୍ ମାତ୍ର ୪ ଜଣ ପ୍ରାଣ ହରାଇଛନ୍ତି।

Comments are closed.