Latest Odisha News

BREAKING NEWS

ଜନତା କର୍ଫ୍ୟୁ ପ୍ରଭାବ: ହିରୋ ମୋଟୋ କର୍ପ ର ସମସ୍ତ ଫ୍ୟାକ୍ଟ୍ରୀ ଲକ୍‌-ଡାଉନ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଭାରତରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁର ସଫଳ ଛବି । ଓଡିଶା ସମେତ ରାଜସ୍ଥାନରେ ଲକ୍‌-ଡାଉନ୍ ନିର୍ଦ୍ଦେଶ ଜାରି ହୋଇଛି ।

ଏପରି ସ୍ଥିତିକୁ ଦେଖି ସମସ୍ତ ଅପରେଶନକୁ ତୁରନ୍ତ ବନ୍ଦ କଲା ଭାରତର ଅଗ୍ରଣୀ ଦୁଇ ଚକିଆ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋ କର୍ପ । କରୋନା ମହାମାରୀ ପାଇଁ ଭାରତ ସମେତ କଲମ୍ବିଆ ଓ ବଙ୍ଗଳାଦେଶରେ ଥିବା ସମସ୍ତ ଫ୍ୟାକ୍ଟ୍ରୀକୁ ମଧ୍ୟ ହିରୋ ମୋଟୋ କର୍ପ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିଛି ।

ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟର ଅଫ୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲଜିର(ସିଆଇଟି) କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ମିଳିଛି । ଟୁଇଟ୍ ଜରିଆରେ ସମସ୍ତ କମ୍ପାନୀ ଅପରେଶନ ସ୍ଥଗିତ ଥିବା ନେଇ ହିରୋ ମୋଟୋ କର୍ପ ଘୋଷଣା କରିଛି ।

ତାଜା ସ୍ଥିତିରେ ଅଟୋମୋବାଇଲ ସେକ୍ଟର ବିପୁଳ କ୍ଷତି ସହିଥିବାବେଳେ ହିରୋ ମୋଟୋ କର୍ପ କମ୍ପାନୀର ଏଭଳି ପଦକ୍ଷେପକୁ ସମସ୍ତେ ତାରିଫ କରିଛନ୍ତି ।

Leave A Reply

Your email address will not be published.