Latest Odisha News

BREAKING NEWS

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୭୫ ଭାରତୀୟ

ରାଜସ୍ଥାନ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୭୫ ଜଣ ଭାରତୀୟଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ଫେରାଇ ଅଣାଯାଇଛି ।

ଏକ ସ୍ୱତନ୍ତ୍ର ବିମାନରେ ୨୭୫ ଜଣ ଭାରତୀୟଙ୍କୁ ଧରି ରାଜସ୍ଥାନର ଯୋଧପୁରରେ ଆସି ପହଞ୍ଚିଛି । ସେମାନଙ୍କୁ ଇଣ୍ଡିଆନ ଆର୍ମି ୱେଲନେସ୍ ସେଣ୍ଟରରେ ରଖାଯିବ ବୋଲି ସୂଚନା ମିଳିଛି ।

ଏନେଇ ଏକ ନ୍ୟୁଜ ସରବରାହ ଏଜେନ୍ସି ରିପୋର୍ଟରୁ ଜଣାପଡିଛି ।

ଏହାବ୍ୟତିତ ନିକଟ ଅତୀତରେ ବହୁ ସଂଖ୍ୟାରେ ଭାରତୀୟ ମାନଙ୍କୁ ଇରାନରୁ ଫେରାଇ ଆଣିଛନ୍ତି ଭାରତ ସରକାର । ପୂର୍ବରୁ ଚଳିତ ମାସରେ ପ୍ରାୟ ୨୭୭ ଜଣ ଭାରତୀୟଙ୍କୁ ମଧ୍ୟ ଇରାନରୁ ଭାରତକୁ ଫେରାଇ ଅଣାଯାଇଥିଲା ।

ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ୯୦୦କୁ ଛୁଇଁଥିବା ବେଳେ ଏଯାବତ୍ ୧୯ ଜଣଙ୍କର ମୃତ୍ୟୁ ଘଟିଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

 

 

Comments are closed.