Latest Odisha News

BREAKING NEWS

ଭୁବନେଶ୍ୱରରେ କରୋନା ଆତଙ୍କ: ହସ୍ପିଟାଲ୍ ଲ୍ୟାବ ରିପୋର୍ଟରେ ରୋଗୀଙ୍କୁ ଭୂତାଣୁ ସଂକ୍ରମଣ !

ଭୁବନେଶ୍ୱର: ରାଜଧାନୀସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଲ୍ୟାବୋରେଟୋରୀ ରିପୋର୍ଟରେ ‘କରୋନା ଭାଇରସ୍‌’ ମିଳିଥିବା ନେଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଭୁବନେଶ୍ୱରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ଏହି ଘଟଣାକୁ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ଭାଇରସ୍ ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ବା ‘ସିଓଭିଆଇଡ଼ି-୧୯’ ନୁହେଁ । ଏପରିକି ଚିକିତ୍ସିତ ହେଉଥିବା ରୋଗୀ ଜଣକ ନିମୋନିଆରେ ପୀଡ଼ିତ ଏହି ଘଟଣା ଯୋଗୁଁ ଆତଙ୍କିତ ହେବା ଆଦୌ ଉଚିତ ନୁହେଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

“ଆମ୍ରି ହସ୍ପିଟାଲର ଏକ ପାଥୋଲୋଜି ରିପୋର୍ଟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ରିପୋର୍ଟରେ ରୋଗୀଙ୍କ ଠାରେ କରୋନା ଭାଇରସ ମିଳିଥିବା ଦର୍ଶାଯାଇଛି । ଆମେ ଜଣାଇଦେବାକୁ ଚାହୁଁଛୁ ଯେ, ଏହା ସାଧାରଣ କରୋନା ଭାଇରସ୍ ମାତ୍ର କରୋନା ଭାଇରସ୍ ‘ସିଓଭିଆଇଡ଼ି-୧୯’ ନୁହେଁ । ପୁନେସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (ଏନଆଇଭି) ସହିତ ଅନ୍ୟ କେତେକ ସରକାରୀ ଲାବୋରେଟୋରୀରେ ନଭେଲ୍ କରୋନା ଭାଇରସ୍ ବା ‘ସିଓଭିଆଇଡ଼ି-୧୯’ ର ପରୀକ୍ଷା ହୋଇଥାଏ । ଆମେ ଏହା ଯୋଗୁଁ ଅଯଥା ଆତଙ୍କିତ ହେବା ଆବଶ୍ୟକ ହେବା ଉଚିତ ନୁହେଁ କିମ୍ବା ଅନ୍ୟମାନଙ୍କୁ ଆତଙ୍କିତ କରିବା ଉଚିତ ନୁହେଁ,” ହସ୍ପିଟାଲ୍ ପକ୍ଷରୁ ଏନେଇ ଏକ ବିବୃତି ପ୍ରକାଶିତ ହୋଇଛି ।

Leave A Reply

Your email address will not be published.