Latest Odisha News

BREAKING NEWS

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ, ଘୋଷଣା ହୋଇପାରେ ମନ୍ଦିର ନିର୍ମାଣ ତାରିଖ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମନ୍ଦିର ନିର୍ମାଣ ପୂର୍ବରୁ ଅସ୍ଥାୟୀ ମନ୍ଦିରରେ ଭଗବାନ ରାମଙ୍କର ହେବ ପୂଜାର୍ଚ୍ଚନା । ରାମ ମନ୍ଦିର ନିର୍ମାଣ ସ୍ଥାନରୁ ପ୍ରାୟ ଦେଢ଼ ଶହ ମିଟର ଦୂରରେ ଥିବା ମାନସ ମନ୍ଦିର ନିକଟରେ ଏହି ଅସ୍ଥାୟୀ ମନ୍ଦିର ନିର୍ମାଣ ହେବ । ଯେଉଁଠାରେ ଭଗବାନ ରାମ ବିରାଜମାନ କରିବେ । ଏହାରି ଭିତରେ ଆଜି ଦିଲ୍ଲୀରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଏ ନେଇ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣର ତାରିଖ ଘୋଷଣା କରାଯିବା । ଏହା ସହ ମନ୍ଦିର ତିଆରିରେ କିଛି ନୂଆ ସଦସ୍ୟଙ୍କ ନାଁ ସାମିଲ ନେଇ ମଧ୍ୟ ଆଲୋଚନା ହୋଇପାରେ । ଏଥିସହ ବୈଠକରେ ସାଧାରଣ ଜନତାଙ୍କ ଠାରୁ ଅର୍ଥରାଶି ସହଯୋଗ ନିଆଯିବ ନା ନାହିଁ ତା ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ । ଅଯୋଧ୍ୟାର ମାଷ୍ଟର ପ୍ଲାନ ଉପରେ ମଧ୍ୟ ଚର୍ଚ୍ଚା ହେବ ।
ନୂଆଦଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସ୍ତାବିତ ବୈଠକ ପାଇଁ ଟ୍ରଷ୍ଟର ୩ ଜଣ ସଦସ୍ୟ ଅଯୋଧ୍ୟାରୁ ପ୍ରସ୍ଥାନ କରିଛନ୍ତି । ଭୂମି ପୂଜନ ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ତାରିଖ ମଧ୍ୟରେ କରିବା ପୂର୍ବରୁ ଟ୍ରଷ୍ଟ ପ୍ରଥମେ ମନ୍ଦିର ନିର୍ମାଣ ତାରିଖ ନିର୍ଦ୍ଦାରଣ କରିବ । କିନ୍ତୁ ମନ୍ଦିର ନିର୍ମାଣ କରିବାରେ ଏବେ ସମୟ ଲାଗିବ । କାରଣ ଟ୍ରଷ୍ଟ ମନ୍ଦିର ନିର୍ମାଣସ୍ଥଳର ମାଟି ଯାଂଚ କରିବା ଲାଗି ଭୂଗର୍ଭ ଶାସ୍ତ୍ରୀ ଓ ବାସ୍ତୁଶାସ୍ତ୍ରୀଙ୍କ ଠାରୁ ମତାମତ ଲୋଡିଛି । କେବଳ ସେତିକି ନୁହେଁ ମନ୍ଦିର ନିର୍ମାଣ କେଉଁ କମ୍ପାନୀକୁ ଦିଆଯିବ, ସେହି ପ୍ରସଙ୍ଗରେ ମଧ୍ୟ ବୈଠକରେ ନିଷ୍ପତ୍ତି ହେବ ।

Leave A Reply

Your email address will not be published.