Latest Odisha News

BREAKING NEWS

ଆମେରିକାରେ କରୋନା ରଚିଲା ତାଣ୍ଡବ; ଗୋଟିଏ ଦିନରେ ୨ ହଜାର ମୃତ୍ୟୁ !

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । ଦୁଇଦିନ ପୂର୍ବରୁ କରୋନାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକାରେ ଆଗାମୀ ଦିନରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ନେଇ ଟ୍ରମ୍ପ୍ ଆଶଙ୍କା ବ୍ୟକ୍ତ କରିଥିଲେ । ଆଜି ତାହା ସତ୍ୟରେ ପରିଣତ ହୋଇଛି । ସମସ୍ତ ରେକର୍ଡ଼କୁ ଟପି ଆମେରିକାରେ ଗୋଟିଏ ଦିନ ୨,୦୦୦ରୁ ଅଧିକ ବ୍ୟକ୍ତି କରୋନା ମହାମାରୀରେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସ୍ଥାନରେ ୨,୧୦୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଦେଖିବାକୁ ଗଲେ, ସାରା ବିଶ୍ୱରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୧ ଲକ୍ଷ ୨ ହଜାର ୭୩୪ରେ ପହଞ୍ଚିଥିବା ବେଳେ ଆମେରିକା ସର୍ବାଗ୍ରେ ରହିଛି । ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ଆମେରିକାରେ କେବଳ ୧୮,୭୪୭, ଇଟାଲୀରେ ୧୮,୮୪୯ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି ।

ବିଶ୍ୱର ୟୁରୋପ, ଆମେରିକାରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ନପାଇବା ଯୋଗୁଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଇତିମଧ୍ୟରେ ଆମେରିକା, ଇସ୍ରାଏଲ, ବ୍ରାଜିଲ ଏବଂ କେତେକ ୟୁରୋପୀୟ ରାଷ୍ଟ୍ର ଭାରତଠାରୁ ହାଇଡ୍ରୋଅକ୍ସିକ୍ଲୋରୋକୁଇନ୍ ବଟିକା ନେଇଛନ୍ତି ।

ଆମେରିକାରେ ସଂକ୍ରମଣ ହ୍ରାସ ପାଇବା ପରିବର୍ତ୍ତେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ଟ୍ରମ୍ପ୍ ପ୍ରଶାସନକୁ ଛାନିଆ କରିଛି । ଏବେ କେବଳ ଆମେରିକାରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୫ ଲକ୍ଷ ୨ ହଜାର ୮୭୬ରେ ପହଞ୍ଚିଛି ।

Leave A Reply

Your email address will not be published.