ବୁଗୁଡା – ବୁଗୁଡା ବନାଞ୍ଚଳର କୈଳାସ ନଗର ନିକଟ କିରିଆମ୍ବା ୧୦ନମ୍ବର ସଂରକ୍ଷଣ ଜଙ୍ଗଲରେ ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରି ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।
ଜଙ୍ଗଲରେ ବିଦ୍ୟୁତ ଫାଶ ପକାଇ ଶିକାର କରିବାକୁ ଯୋଜନା କରୁଥିବା ବନବିଭାଗ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବୁଗୁଡା ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଦ୍ୟୁତ ତାର ପକାଇ ଶିକାର ପାଇଁ ଅପେକ୍ଷା କରିଥିବା ବେଳେ ଭୁଲା ନାୟକ ନାମକ ଜଣେ ଯୁବକକୁ ଗିରଫ କରିଥିଲେ । ତାଙ୍କ ସହ ସେଠାରେ ଥିବା ସନ୍ତୋଷ ନାୟକ ଓ ଟିକିନା ନାୟକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ବନ ବିଭାଗ ଘଟଣାସ୍ଥଳରୁ ୨୦୦ ମିଟର ଜିଆଇ ତାର, ୨୪ ଟି କାଚ ବୋତଲ,୨୪ ଟି ବାଉଁଶ କିଳା ଜବତ କରିଛି ।
BREAKING NEWS
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ

Comments are closed.