Latest Odisha News

BREAKING NEWS

କରୋନା ଆତଙ୍କ: ପ୍ରତିଷେଧକ ଲାଗି ବଢିଲା ହୋମିଓପ୍ୟାଥି ଚାହିଦା, ଲମ୍ବାଧାଡ଼ିରେ ଚାଲିଛି ଔଷଧ ବିକ୍ରି !

ଭୁବନେଶ୍ୱର: କରୋନା ଭୂତାଣୁର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସମେତ ଓଡ଼ିଶାରେ ଏହି କରୋନା ଭାଇରସ୍ ସଂକ୍ରମଣ କବଳରୁ ମୁକ୍ତି ପାଇବାଲାଗି ଏବେ ଜନସାଧାରଣଙ୍କ ଠାରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । କେବଳ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜରର ଚାହିଦା ଆକାଶଛୁଆଁ ବୃଦ୍ଧି ପାଇଚାଲିଛି ତାହା ନୁହେଁ, ବରଂ ଏହି ରୋଗ ସଂକ୍ରମିତ ନହେବା ଲାଗି ହୋମିଓପ୍ୟାଥୀ ଔଷଧର ମଧ୍ୟ ବିକ୍ରି ବଢି ବଢି ଚାଲିଛି ।

କେତେକ ସ୍ଥାନରେ ଏହି କରୋନା (କେଭିଡ଼ – ୧୯) ଭୂତାଣୁ ସଂକ୍ରମିତ ନହେବାର ପ୍ରତିଷେଧାତ୍ମକ ହୋମିଓପ୍ୟାଥୀ ଔଷଧ ମଧ୍ୟ ଅନେକ ଦୋକାନରେ ଷ୍ଟକ୍ ସରିଯାଇଥିବା ସୂଚନା ମିଳିଛି ।

ଢେଙ୍କାନାଳର ମ୍ୟୁନିସିପାଲିଟି ଡିସପେନ୍ସରିରେ ଶନିବାର ଦିନ ଆରସେନିକ ଏଏଲବି ୩୦ ହୋମିଓପ୍ୟାଥୀ ଔଷଧ ପ୍ରଚୁର ବିକ୍ରି ହୋଇଥିବା ଜଣାପଡ଼ିଛି । ଶତାଧିକ ଲୋକ ଏହି ଔଷଧ ନେବାକୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଲକ୍ଷ୍ୟ କରାଯାଇଥିଲା । କୁହାଯାଉଛି, ଏହି ଔଷଧ ସେବନ କରିବା ଦ୍ୱାରା କରୋନା ଭାଇରସ ସଂକ୍ରମଣରୁ ରକ୍ଷା ମିଳିପାରିବ । ଏହା ପ୍ରତିଷେଧମୂଳକ ଭାବେ ଲୋକମାନେ ସେବନ କରିବାକୁ ପସନ୍ଦ କରୁଛନ୍ତି ।

ହୋମିଓପ୍ୟାଥୀ ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଏହି ଔଷଧ ଖାଇବା ଦ୍ୱାରା ଇମ୍ୟୁନିଟି ପାୱାର ବା ରୋଗ ପ୍ରତିଷେଧାତ୍ମକ ଶକ୍ତି ମଣିଷ ଶରୀରରେ ବୃଦ୍ଧି ପାଇଥାଏ । ଏହା କରୋନା ସଂକ୍ରମଣରୁ ଲାଘବ କରିପାରିବ ବୋଲି ଲୋକମାନେ ବିଶ୍ୱାସ କରୁଛନ୍ତି ।

Leave A Reply

Your email address will not be published.