Latest Odisha News

BREAKING NEWS

କରୋନା ଆତଙ୍କ: ଚୀନ ଫେରନ୍ତା ଓଡ଼ିଆଙ୍କ ଯାଞ୍ଚ ହେଲା ସ୍ୱାସ୍ଥ୍ୟବସ୍ଥା

ବାଲେଶ୍ଵର: ମାରାତ୍ମକ କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ତେବେ ଚୀନ ସମେତ ଅନ୍ୟଦେଶରୁ ଓଡିଶା ଫେରିଥିବା ବାଲେଶ୍ଵର ଭୋଗରାଇ ଅଞ୍ଚଳର ୧୩ ଜଣଙ୍କର ବିଭିନ୍ନ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ ପକ୍ରିୟା ଦେଇ ଗତି କରିବାକୁ ପଡିଛି ।

ଭୋଗରାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ବିଦେଶରୁ ଫେରିଥିବା ଏହି ୧୩ ଜଣଙ୍କୁ ପରୀକ୍ଷଣ କରିଛନ୍ତି । ଏହି ୧୩ ଜଣଙ୍କ ମଧ୍ୟରେ ୭ ଜଣ ଚୀନରେ, ୨ ଜଣ ଜାପାନରେ ଓ ୩ ଜଣ ସାଉଦି ଆରବରେ ରହୁଥିବା ବେଳେ ଆଉ ଜଣେ ଇଣ୍ଡୋନେସିଆରେ ରହୁଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ସେମାନଙ୍କ ପରିବାରକୁ କରୋନା ଭାଇରସର ଲକ୍ଷଣ ସମ୍ପର୍କରେ ଅବଗତ କରାଇବା ସହ ଏହାର ନିବାରଣ ସ୍ୱରୂପ ମୁଁହରେ ମାସ୍କ ପିନ୍ଧିବାକୁ ଡାକ୍ତରୀଦଳ ପରାମର୍ଶ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.