Latest Odisha News

BREAKING NEWS

ସ୍କୁଲରେ ବୋବାଲ୍ କଲେ ମାତାଲ୍ ହେଡ଼ମାଷ୍ଟର; କ୍ୟାମେରାରେ ଧରାପଡ଼ି ହେଲେ ନିଲମ୍ବିତ !

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦ୍ୟପାନ କରି ସ୍କୁଲ ହତା ମଧ୍ୟରେ ଉନ୍ମତ୍ତକାଣ୍ଡ କରୁଥିଲେ । ମଦ୍ୟପାନ କରିଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମେରୀପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର ଦେହୁରୀଙ୍କ ନାମରେ ଏହି ଅଭିଯୋଗ ଆସିଛି । ସ୍କୁଲ ହତା ମଧ୍ୟରେ ମଦ୍ୟପାନ କରି ବୋବାଲ୍ କରୁଥିବା ବେଳେ ଜଣେ ଅଭିଭାବକ ନିଜ ମୋବାଇଲ୍ କ୍ୟାମେରାରେ ଏହି ହେଡ଼ମାଷ୍ଟ୍ରେଙ୍କ କାରନାମାକୁ ରେକର୍ଡ଼ିଂ କରିନେଇଥିଲେ । ପରେ ମଧ୍ୟ କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ମିଳିତ ଭାବେ ଏହି ବ୍ୟକ୍ତି ଜଣକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ।

ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଜଣକ ନିୟମିତ ଭାବେ ମଦ୍ୟପାନ କରନ୍ତି । ସ୍କୁଲ ସମୟ ମଧ୍ୟରେ ମଦ୍ୟପାନ କରି ସ୍କୁଲକୁ ନଆସିବାକୁ ଗ୍ରାମବାସୀମାନେ ତାଙ୍କୁ ଅନେକ ଥର ଚେତାବନୀ ଦେଇଥିଲେ ମଧ୍ୟ ଏକଥାକୁ ଭ୍ରୁକ୍ଷେପ କରିନଥିଲେ ମଦପ୍ୟ ହେଡ଼ମାଷ୍ଟ୍ରେ ।

ଏହି ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ) ଚକ୍ରଧର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବିବାଦୀୟ ଭିଡ଼ିଓଟି ସମ୍ପର୍କରେ ଯାଞ୍ଚ କରିବାକୁ ସେ ସିଆରସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତଦନ୍ତ ରିପୋର୍ଟରେ ସେ ମଦ୍ୟପାନ କରି ବୋବାଲ୍ କରୁଥିବା ଜଣାପଡ଼ିବା ପରେ ତୁରନ୍ତ ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

Leave A Reply

Your email address will not be published.