Latest Odisha News

କରୋନା ଭାଇରସ ଆତଙ୍କ: ପୁରୀରେ ଖୋଲିଲା ଆଇସୋଲେସନ୍ ୱାର୍ଡ

ପୁରୀ: ଚୀନରେ ମାରାତ୍ମକ କରୋନା ଭାଇରସ ପ୍ରଭାବରେ ପ୍ରାୟ ୭୧୭ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଗ୍ରହଣ କରାଯିବା ସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସୋଲେସନ ୱାର୍ଡ ଖୋଲାଯାଇଛି ।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନାନୁଯାୟୀ ପୁରୀକୁ ବିଦେଶୀ ପର୍ଯ୍ୟଟକମାନଙ୍କର ଆଗମନ ହେଉଥିବାବେଳେ କୌଣସି ସଦିଗ୍ଧ କରୋନା ଭାଇରସ୍ ରୋଗୀଙ୍କୁ ତତତ୍କାଳ ଉପଚାର ପ୍ରଦାନ କରିବା ଲାଗି ୮ ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ଖୋଲାଯାଇଛି ।

ଏହାବ୍ୟତିତ ଚୀନ ଏବଂ ତା’ ଆଖପାଖ ଅଞ୍ଚଳରୁ ପୁରୀ ବୁଲିବା ଲାଗି ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ ।

ତେବେ ଖାସକରି ଏଠାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ତାକୁ ପରୀକ୍ଷା ଲାଗି ପୁଣେସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଇବା ନିମନ୍ତେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.