Latest Odisha News

BREAKING NEWS

କରୋନା ଆତଙ୍କ: ଓଡ଼ିଶାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶାର ଜନସାଧାରଣ ଆତଙ୍କିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗିଛନ୍ତି । ଏନେଇ ରାଜ୍ୟ ସରକାର ମଙ୍ଗଳବାର ଦିନ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଷ୍ଟକ୍ ରହିଛି ।

ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ଖାଦ୍ୟ ଓ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ବଜାରରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିଥିବା ନେଇ କିଛି ଗୁଜବକାରୀ ଦ୍ୱାରା ଗୁଜବ ପ୍ରସାରିତ ହେଉଛି ।

“ମୁଁ ଲୋକମାନଙ୍କୁ ଆଶ୍ୱାସନା ଦେଇ କହୁଛି ଯେ, ଜନସାଧାରଣ ଛାନିଆ ହୋଇ କୌଣସି ଦ୍ରବ୍ୟ କିଣନ୍ତୁ ନାହିଁ, ସେମାନେ ଜାଣିରଖିବା ଉଚିତ୍ ଯେ ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି । ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ ମୁଁ ଜିଲ୍ଲାପାଳମାନଙ୍କୁ ତଥା ବିଭାଗୀୟ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଛି । ଏପରି ଭାବେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ ।” ଏହା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.