Latest Odisha News

BREAKING NEWS

ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ: ମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ପାଇଁ ଟେଷ୍ଟ ବନ୍ଦ । କରୋନା ମୁକାବିଲା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହି ଟେଷ୍ଟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ସେହିପରି ପ୍ରତ୍ୟେକ ଆର୍‌ଟିଓ କେନ୍ଦ୍ରରେ ୫୦ରୁ ଅଧିକ ଲୋକେ ରହିପାରିବେ ନାହିଁ । ଏନେଇ ଆର୍‌ଟିଓକୁ ଚିଠି ଲେଖାଯିବ ବୋଲି ସୂଚନା ଦେଇଛନ୍ତି ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେହିପରି ବସ୍‌ରେ ଭିଡକୁ ନଜରରେ ରଖି ସରକାର ବିଭିନ୍ନ ଘରୋଇ ବସ ମାଲିକ ସଂଘଙ୍କ ସହ ଆଲୋଚନା କରିଛନ୍ତି । ପ୍ରତି ଜିଲ୍ଲାରେ ବସ୍‌ଷ୍ଟାଣ୍ଡରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବସଷ୍ଟାଣ୍ଡରେ ପ୍ରତ୍ୟେକଙ୍କୁ ମାସ୍କ ଯୋଗଇଦେବାକୁ କୁହାଯାଇଛି ।

Leave A Reply

Your email address will not be published.