Latest Odisha News

BREAKING NEWS

‘ଓଡ଼ିଶା ମୋ-ପରିବାର’ ସହାୟତାରେ ପଞ୍ଜାବରୁ ଫେରିଲେ ୬୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନାଭାଇରସ ଆତଙ୍କ ବିଶ୍ୱବ୍ୟାପୀ ଜାରି ରହିଥିବା ବେଳେ ପଞ୍ଜାବର ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀମାନଙ୍କୁ ସୁରୁଖୁରୁରେ ଓଡିଶା ଫେରାଇ ଅଣାଯାଇଛି । ଏନେଇ ସେମାନଙ୍କୁ ସାହାର୍ଯ୍ୟ କରିଥିଲେ ଓଡିଶା ମୋ ପରିବାର ।

ଓଡିଶାର ମୋଟ ୧୪୦ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ନେଇ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆଣିବା ସହିତ ସେମାନଙ୍କୁ ଫେରାଇ ଆଣିବାପାଇଁ ଅନୁରୋଧ କରିଥିଲେ ।

ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିବା ପରେ ନୂଆଦିଲ୍ଲୀ ଠାରେ ଥିବା ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତଙ୍କୁ ଏ ଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ଏନେଇ ତୁରନ୍ତ ରେଳବାଇ ବୋର୍ଡ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରିବାପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯାଇଥିଲା ।

ଓଡିଶା ଫେରିବାପାଇଁ ୩୫ଜଣ ଛାତ୍ରୀଙ୍କ ସହିତ ମୋଟ୍ ୬୯ଜଣଙ୍କ ଲାଗି ମାର୍ଚ୍ଚ ୧୭ ତାରିଖ ଦିନ ଭଟିଣ୍ଡାରୁ ନୂଆଦିଲ୍ଲୀ ରେଳଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ ବ୍ୟବସ୍ଥା ହୋଇଥିଲା । ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରବି କାନ୍ତ ନିଜେ ବ୍ୟକ୍ତିଗତ ଭବେ ନୂଆଦିଲ୍ଲୀ ରେଳଷ୍ଟେସନରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଆସିବାକୁ ଥିବା ବଗିକୁ ସାନିଟାଇଜ କରାଇଥିଲେ ।

ଛାତ୍ରଛାତ୍ରୀମାନେ ପୁରୁଷୋମ ଏକ୍ସପ୍ରେସର ଉକ୍ତ ବଗିରେ ଆସି ଆଜି ସକାଳ ୪ଟା ୨୦ରେ ଭୁବନେଶ୍ୱର ରେଳଷ୍ଟେସନ ପହଞ୍ଚିବା ପରେ ଓଡିଶା ମୋ-ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ପରବର୍ତ୍ତୀ ସମୟରେ ସେମାନଙ୍କୁ ପାନ୍ଥ ନିବାସ ନେବା ପରେ ସେଠାରେ ତାଙ୍କୁ ଅଭ୍ୟର୍ଥନା ଦେବା ସହ କରୋନା ସଚେତନତା ଏବଂ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରିଛନ୍ତି ।

Comments are closed.