Latest Odisha News

କରୋନାଭାଇରସ ଆତଙ୍କ; ଆଇନଜୀବୀଙ୍କ ଲାଗି ଗାଇଡଲାଇନ ଜାରି କଲେ ଓଡିଶା ହାଇକୋର୍ଟ

କଟକ: କରୋନାଭାଇରସ ମହାମାରୀ ରୂପ ନେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ପରେ ଓଡିଶା ହାଇକୋର୍ଟ ଆଇନଜୀବୀଙ୍କ ଲାଗି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଉକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ:

କୋର୍ଟ କୋଠରୀ ଭିତରେ ଭିଡକୁ ଏଡ଼ାଇବା ପାଇଁ ଏହା ମଧ୍ୟକୁ କେବଳ ଓକିଲମାନେ ମକଦ୍ଦମାକାରୀଙ୍କ ସହିତ କୋର୍ଟରେ ହାଜର ହେବା ଉଚିତ୍।

୧୦ରୁ ଅଧିକ ମାମଲାର ପରିଚାଳନା କରୁଥିବା ଓକିଲ ଏବଂ ମକଦ୍ଦମାକାରୀମାନେ ଏକ ସମୟରେ କୋର୍ଟ କକ୍ଷରେ ପ୍ରବେଶ କରିବା ଉଚିତ୍।

ଏହାମଧ୍ୟରେ କୋର୍ଟ କୋଠରୀ ବାହାରେ ଅଯଥା ଭିଡ ନଜମାଇବା ଲାଗି ଅନୁରୋଧ କରାଯାଇଛି।

ରେଜିଷ୍ଟ୍ରାର (ଜୁଡିସିଆଲ୍) ଏଲ୍.କେ ଦାସଙ୍କ ଦ୍ୱାରା ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ।

Comments are closed.