Latest Odisha News

ଲକଡାଉନ ନମାନିଲେ କର୍ଫ୍ୟୁ ଲଗାଇବୁ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ଦେଶର ଅନେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ରାଜସ୍ଥାନରେ ଏହାର ଏତେଟା ପ୍ରଭାବ ପରିଲିକ୍ଷିିତ ହେଉନାହିଁ ।

ଯାହାଫଳରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ସେ ଜନସାଧାରଣଙ୍କୁ କହିଛନ୍ତି, ଲକଡାଉନକୁ ମାନିବାକୁ ସମସ୍ତେ ଚେଷ୍ଟା କରନ୍ତୁ ନଚେତ ଆମେ କର୍ଫ୍ୟୁ ଲଗାଇବାକୁ ବାଧ୍ୟହେବୁ ।

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ରାଜସ୍ଥାନରେ ୪ ଜଣ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଏହାଛଡା ରାଜରାସ୍ତାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଟୋଲ ଗେଟ ଗୁଡିକୁ ମଧ୍ୟ ବନ୍ଦ କରିଦିଆଯାଇଛି ।

ସେହିପରି କରୋନାଭାଇରସର ବିସ୍ତାରକୁ ରୋକିବା ଲାଗି ନିକଟ ଅତୀତରେ ମହାରାଷ୍ଟ୍ର, ପଞ୍ଜାବ, ଚଣ୍ଡିଗଡ ଓ ପୁଡୁଚେରୀରେ ମଧ୍ୟ କର୍ଫ୍ୟୁ ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୨ରୁ ଅଧିକ ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.