Latest Odisha News

BREAKING NEWS

ଏସ୍‌.ଟି., ଏସ୍‌.ସି ଛାତ୍ରଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବେ ସରକାର: ସୁବ୍ରତ ବାଗଚି

ଭୁବନେଶ୍ୱର: କରୋନାଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାକୁ ମଙ୍ଗଳବାର ଦିନ ଲକଡାଉନ ଘୋଷଣା କରାଯାଇଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଛାତ୍ରାବାସଗୁଡ଼ିକୁ ବନ୍ଦ କରିବା ସହ ଅନ୍ତେବାସୀମାନଙ୍କୁ ସେମାନଙ୍କ ସ୍କଲାରସିପ୍‌ ଟଙ୍କା ପ୍ରଦାନପୂର୍ବକ ପିତାମାତା/ଅଭିଭାବକମାନଙ୍କ ସହିତ ଆଜି ସନ୍ଧ୍ୟା ସୁଦ୍ଧା ଘରେ ପହଞ୍ଚାଇ ଦଆଯିବ । ଏହି କାର୍ଯ୍ୟ ତତ୍ତ୍ୱାବଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

କରୋନାକୁ ନେଇ ହୋଇଥିବା ପ୍ରେସ ମିଟରେ ସୁବ୍ରତ ବାଗଚି ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପିଲାଙ୍କୁ ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

 

Leave A Reply

Your email address will not be published.