Latest Odisha News

BREAKING NEWS

କରୋନା ଭାଇରସ: ଏସସିବିରେ ଆଉ ୨ କରୋନା ସନ୍ଦିଗ୍ଧ ଭର୍ତ୍ତି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଦୁଇ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ଡିଏମଇଟି ଡା. ସିବିକେ ମହାନ୍ତିଙ୍କ ସୂଚନା ଅନୁସାରେ, ୨ ଜଣ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଛନ୍ତି ଓ ଅନ୍ୟ ଜଣେ ଓମାନ ସହ ସଂପୃକ୍ତ ।

ଡାକ୍ତରଙ୍କ ମୁତାବକ, ଉଭୟଙ୍କୁ ସାମାନ୍ୟ ଛିଙ୍କ ଓ କାଶ ହେଉଛି ଏବଂ ତାଙ୍କ ଅବସ୍ଥା ଅଧିକ ଗୁରୁତର ନୁହେଁ । ଉଭୟଙ୍କ ରକ୍ତ ଓ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଛି । କରୋନା ରିପୋର୍ଟ ନେଗେଟିଭ ଆସିବା ନେଇ ଆଶା କରୁଛୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.