Latest Odisha News

BREAKING NEWS

ହୋଲି ଉତ୍ସବ: ଆସନ୍ତାକାଲି ରାଜଧାନୀରେ ଦିନ ୨ଟା ଯାଏଁ ବନ୍ଦ ରହିବ ‘ମୋ ବସ’ ସେବା

ଭୁବନେଶ୍ୱର: ହୋଲି ଉତ୍ସବ ଲାଗି ଆସନ୍ତାକାଲି (ମାର୍ଚ୍ଚ ୧୦) ମୋ ବସ ଚଳାଚଳ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

BjdElectrycity

କ୍ୟାପିଟାଲ ରିଜନ୍ ଅରବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ଦ୍ୱାରା ପରିଚାଳିତ ହେଉଥିବା ଏହି ମୋ ବସ ସେବା ଭୁବନେଶ୍ୱର ସହରାଞ୍ଚଳରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚଳାଚଳ ହୋଲି ଉତ୍ସବ ଲାଗି ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଦିନ ୨ଟା ପରେ ବସ ଚଳାଚଳ ଚାଲିବ ବୋଲି କ୍ୟାପିଟାଲ ରିଜନ୍ ଅରବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) କର୍ତ୍ତୃପକ୍ଷ ଜଣାଇଛନ୍ତି ।

ଏପରିକି ମାଷ୍ଟର କ୍ୟାଣ୍ଟିନ ଟର୍ମିନାଲରେ ଥିବା ପାସ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ ବୋଲି ସିଆରୟୁଟି ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.