Latest Odisha News

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କରୋନା ଆକୃତିର କାକୁଡ଼ି

ନବରଙ୍ଗପୁର: କରୋନା ଭାଇରସ୍ ଆକୃତିର କାକୁଡ଼ି। ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପର ଆକୃତିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପକୁ ଦର୍ଶାଇବା ଉଦ୍ଦେଶ୍ୟରେ ବୈଜ୍ଞାନିକମାନଙ୍କ ଦ୍ୱାରା ଜାରି ପ୍ରତିକୃତିକୁ କରୋନା ସଚେତନତା କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଉଛି। ଏହି ସମୟରେ ଏହିଭଳି ଏକ କାକୁଡ଼ି ଦେଖିବାକୁ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ସରାଗୁଡ଼ା ଗ୍ରାମରେ ଏକ କାକୁଡ଼ି ଗଛରେ ଏହି କରୋନା ଭାଇରସ ଆକୃତିର କାକୁଡ଼ି ଫଳିଛି। କୌଣସି ଏକ ବ୍ୟକ୍ତିଗତ କାମରେ ସରାଗୁଡ଼ା ଯାଇଥିଲେ ରବି କିରଣ ନାଗ। ସେହି ଗ୍ରାମର ଜଣେ ବ୍ୟକ୍ତି ଏହି କାକୁଡ଼ିଟି ତୋଳି ଆଣି ରବିଙ୍କୁ ଦେଇଥିଲେ। କାକୁଡ଼ିକୁ ଦେଖି ରବି ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ।

 

କାକୁଡ଼ି ଦେହ ଚିକ୍କଣ ରହିଥିବାବେଳେ ଏଥିରେ ଲମ୍ବା ଲମ୍ବା କଣ୍ଟା ବାହାରିଛି। କାକୁଡ଼ିଟି କରୋନା ଭାଇରସ ଆକୃତି ସହିତ ସମାନ ହେଉଛି। ରବି ଏହି କାକୁଡ଼ିର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ। ପରେ ଏହା ବହୁଳ ମାତ୍ରାରେ ଭାଇରାଲ ହୋଇଥିଲା। ଏହି କାକୁଡ଼ିକୁ ଦେଖିବାକୁ ଲୋକଙ୍କ ଗହଳି ଜମୁଥିବା ଜଣାପଡ଼ିଛି।

Comments are closed.