Latest Odisha News

BREAKING NEWS

କରୋନା ସଂକ୍ରମଣ ଭୟ: ଓଡିଶାରେ ଚାଲୁଥିବା ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟାଜିତ ଯୁକ୍ତ ଦୁଇ ପରୀକ୍ଷାକୁ ଗୁରୁବାର ଦିନ ଓଡିଶା ସରକାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ଆଦେଶରେ କରୋନାଭାଇରସ ଦ୍ୱାରା ଉପôନ୍ନ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସାରା ରାଜ୍ୟର ୧୧୪୩ଟି କେନ୍ଦ୍ରରେ ମାର୍ଚ୍ଚ ୩ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ବିଜ୍ଞାନ ବିଷୟର ପରୀକ୍ଷା ମାର୍ଚ୍ଚ ୨୮, କଳା ବିଷୟର ମାର୍ଚ୍ଚ ୨୭ ଓ ବାଣିଜ୍ୟ ବିଷୟର ପରୀକ୍ଷା ମାର୍ଚ୍ଚ ୨୬ରେ ଶେଷ ହେବାର ଥିଲା ।

Comments are closed.