Latest Odisha News

BREAKING NEWS

କରୋନା ଭୟ: କାଲିଠୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଓଡିଶା ସରକାର ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହିତ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଜନତାଙ୍କ ପ୍ରବେଶ ବନ୍ଦ କରିବା ପାଇଁ କହିଛନ୍ତି । କିନ୍ତୁ ଧାର୍ମିକ ଅନୁଷ୍ଠାନରେ ଆବଶ୍ୟକୀୟ ପୂଜା ଗୁଡିକ ଜାରି ରହିବ ।

ଆସନ୍ତା କାଲିଠାରୁ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ନୀତିକାନ୍ତି ପାଇଁ ସେବାୟତମାନେ ଶ୍ରୀମନ୍ଦିରକୁ ଯାଇପାରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.