Latest Odisha News

BREAKING NEWS

‘କରୋନା ଭାଇରସ୍‌’ ନେଇ ଏହି ବ୍ୟକ୍ତି ୭ବର୍ଷ ପୂର୍ବରୁ କରିଥିଲେ ଭବିଷ୍ୟତବାଣୀ !

ମୁମ୍ବାଇ: କରୋନା ଆତଙ୍କରେ ସମଗ୍ର ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହି ରୋଗର ଭୂତାଣୁ ପ୍ରତିଦିନ ଦେଶକୁ ଦେଶ ସ୍ଥାନକୁ ସ୍ଥାନ ସଂକ୍ରମିତ ହେବାରେ ଲାଗିଛି । ତେବେ ଏହି କରୋନା ଭୂତାଣୁ ଆସିବା ନେଇ ଜଣେ ବ୍ୟକ୍ତି ୭ ବର୍ଷ ପୂର୍ବରୁ ଭବିଷ୍ୟତବାଣୀ କରିଥିଲେ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବାରେ ଲାଗିଛି । ତେବେ ଏହାର ସତ୍ୟାସତ୍ୟ ନେଇ ଅନେକ ଲୋକ ସନ୍ଦେହ କରୁଥିବା ବେଳେ ଟ୍ୱିଟର୍ ପେଜରେ ଏହି ପୋଷ୍ଟ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।

ମାର୍କୋ ନାମକ @Macro_Acortes ଜଣେ ଟ୍ୱିଟର୍ ୟୁଜର୍ ଏହି ଭବିଷ୍ୟତବାଣୀ ଦୀର୍ଘ ୭ ବର୍ଷ ପୂର୍ବରୁ କରିଥିଲେ । ସେ ଜୁନ ୩ ତାରିଖ ୨୦୧୩ରେ ଏହି ଟ୍ୱିଟ୍ କରିଥିଲେ । ମାର୍କୋ ତାଙ୍କ ଟ୍ୱିଟର୍ ପୃଷ୍ଠାରେ ଲେଖିଥିଲେ, “Coronavirus….its coming”  “କରୋନା ଭାଇରସ୍‌…ଇଟ୍ ଇଜ୍ କମିଂ” ଅର୍ଥାତ୍ “କରୋନା ଭୂତାଣୁ…ଏହା ଆସୁଛି” ।

ଯେଉଁ ବ୍ୟକ୍ତି ଏହି ଟ୍ୱିଟ୍ କରିଥିଲେ ତାଙ୍କର ଟ୍ୱିଟର୍ ଆଇଡ଼ି ହେଉଛି @Macro_Acortes ବୋଲି ଲେଖା ଯାଇଛି ।

ଏହି ଟ୍ୱିଟକୁ ଏବେ ଲକ୍ଷାଧିକ ସଂଖ୍ୟାରେ ଲାଇକ୍ ମିଳିଚାଲିଛି । ଅନେକ ଲୋକ ଏହି ଟ୍ୱିଟକୁ କହୁଛନ୍ତି ଯେ, କେହି ଏହା ହ୍ୟାକ୍ କରି ଏପରି କାରସାଦି କରିଥାଇ ପାରେ । ମାତ୍ର ଏହାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଟ୍ୱିଟର୍ ସୋସିଆଲ୍ ମିଡ଼ିଆ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।

ସବୁଆଡ଼େ ଗୋଟିଏ କଥାକୁ ନେଇ କିନ୍ତୁ ଚର୍ଚ୍ଚା ବଢିବାରେ ଲାଗିଛି ଯେ, ଯଦି କରୋନା ଭାଇରସ୍ ସମ୍ପର୍କରେ କେହି ଜାଣିଥିଲେ ତେବେ ଏହା ଲାଗି କାହିଁକି କୌଣସି ପଦକ୍ଷେପ ନିଆଗଲା ନାହିଁ । ଏହି ଟ୍ୱିଟ୍ ସମ୍ପର୍କରେ ଅନେକ ୟୁଜର୍ସ ଏହା ମଧ୍ୟ ଅଭିଯୋଗ କରିଥିବା ଦେଖାଯାଇଛି ।

Leave A Reply

Your email address will not be published.