Latest Odisha News

BREAKING NEWS

୯୯୦ ଲକ୍ଷ ବର୍ଷ ପୁରୁଣା ଡାଇନୋସରର ଅବଶେଷାଂଶ ମିଳିଲା

ମ୍ୟାନମାର: ମ୍ୟାନମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ପାରଦର୍ଶୀ ପଥରରେ ସୁରକ୍ଷିତ ଭାବେ ମିଳିଛି । ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି। ଏହା ପ୍ରାୟ ୯୯୦ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି। ଗବେଷକମାନେ ଏହାର ନାଁ ‘ଅକ୍ୟୁଲୁଡେଣ୍ଟାଭିସ୍ ଖୋଙ୍ଗ୍ରେରାଏ’ ରଖାଯାଇଛି।

ଏହି ଜୀବର ଓଜନ ବର୍ତ୍ତମାନ ୨ ଗ୍ରାମରୁ ବି କମ୍ ହେବ। ଏପରିକି ଏହାର ଓଜନ ହମିଂବାର୍ଡଠାରୁ ମଧ୍ୟ କମ୍ ଥିଲା। ଏହା ପରାଗକୋଣକୁ ଛାଡ଼ି କୀଟ-ପତଙ୍ଗକୁ ନିଜର ଶିକାର କରିଥାଏ। ଏହାକୁ ଚିହ୍ନଟ କରିଥିବା ଗବେଷକ କୁହନ୍ତି, ଏହି ପକ୍ଷୀକୁ ଦେଖିଲେ ଲାଗୁଛି ଯେମିତି କାଲି ଏହାର ମୃତ୍ୟୁ ଘଟିଛି। ଏକ ଚତୁର୍ଥାଂଶ ଇଞ୍ଚ ଅବଶେଷର ଆକାର ଜାମୁକୋଳିଠାରୁ ମଧ୍ୟ ଛୋଟ। ଏହି ଆଧାରରେ ଗବେଷକମାନେ କମ୍ପ୍ୟୁଟର ସହିତ ଡାଇନୋସରର ସମ୍ପୂର୍ଣ୍ଣ ଗଠନ କରିଛନ୍ତି। ଅବଶିଷ୍ଟ ଅଂଶରେ ପ୍ରାୟ ୧୦୦ଟି ଦାନ୍ତ ରହିଛି। ଏହା ଦେଖିବାକୁ କରତ ସଦୃଶ।

Leave A Reply

Your email address will not be published.