Latest Odisha News

BREAKING NEWS

ଉତ୍ତପ୍ରଦେଶରେ କରୋନାର ଭୟଙ୍କର ଚିତ୍ର, ୨୪ ଘଣ୍ଟାରେ ୨୨୩ ମୃତ, ୩୮୦୫୫ ସଂକ୍ରମିତ

ଉତ୍ତରପ୍ରଦେଶ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଭୟ ଓ ଆତଙ୍କ । ପ୍ରତିଦିନ ସଂକଅମଣ ସଂଖ୍ୟା ଉପରମୁହାଁ ଥିବା ବେଳେ, ଜୀବନ ବି ନେଇ ଚାଲିଛି କିଲର ଭାଇରସ୍ । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗୁଡୁଥିବା ବେଳେ, ଏବେ ଉତ୍ତରପ୍ରଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୮ ହଜାର ୫୫ ଜଣ ସଂକ୍ରମିତ । ସେହିପରି ୨୨୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ତେବେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବଢ଼ିଛି ଉତ୍ତରପ୍ରଦେଶ ସରକାରଙ୍କ ଚିନ୍ତା ।

ସେହିପରି ଗାଜିଆବାଦରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୮୫ ଆକ୍ରାନ୍ତ ।ଏଥିସହ ୧୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗୌତମବୁଦ୍ଧ ନଗରରେ ୯୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ ।

Leave A Reply

Your email address will not be published.