Latest Odisha News

BREAKING NEWS

ସାରା ବିଶ୍ୱରେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା; ଜାଣନ୍ତୁ, ଏବେ ସୁଦ୍ଧା କେଉଁ ଦେଶରେ କେତେ ସଂକ୍ରମିତ !

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭୂତାଣୁ ଏବେ ସାରା ବିଶ୍ୱରେ ସାଂଘାତିକ ଭାବେ ବ୍ୟାପୀ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜିର ସବୁଠୁ ଚର୍ଚ୍ଚିତ ବିଷୟ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରିତ ଅବସ୍ଥାରେ ଥିବା ବେଳେ ଚୀନକୁ ଟପିଯାଇଛି । ସେହିପରି ୟୁରୋପୀୟ ଦେଶ ଇଟାଲୀ ଏବଂ ସ୍ପେନରେ ମୃତ୍ୟୁ ସଂଖ୍ୟା ଯେପରି ଭାବେ ପ୍ରତିଦିନ ବଢି ବଢି ଚାଲିଛି ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ମାର୍ଚ୍ଚ ୨୭ ତାରିଖ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ବିଶ୍ୱ ଟ୍ରାକିଂ ଅନୁଯାୟୀ ତାଲିକା:

ଦେଶ          ସମୁଦାୟ  ସଂକ୍ରମଣ କେସ    ମୃତ୍ୟୁ ସଂଖ୍ୟା

ଆମେରିକା         ୮୫,୭୪୯                             ୧,୩୦୪
ଚୀନ              ୮୧,୩୪୦                              ୩,୨୯୨
ଇଟାଲୀ            ୮୦,୫୮୯                              ୮,୨୧୫
ସ୍ପେନ              ୬୪,୦୫୯                               ୪,୮୫୮
ଜର୍ମାନୀ            ୪୭,୨୭୮                               ୨୮୧
ଅବଶିଷ୍ଟ ବିଶ୍ୱ       ୧୯୧,୫୧୫                             ୬,୯୫୩

ଭାରତ              ୭୨୪                                    ୧୭

ଏହା ହେଉଛି ସମଗ୍ର ବିଶ୍ୱର କରୋନା ଟ୍ରାକିଂ ତାଲିକା । ବର୍ତ୍ତମାନ ଦେଖିବାକୁ ଗଲେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାକୁ ଆସିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ ଏବଂ ଇଟାଲୀରେ ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇଛି । ଭାରତରେ ଗତକିଛି ଦିନ ଧରି ସଂକ୍ରମଣ ନିୟନ୍ତ୍ରିତ ଅବସ୍ଥାକୁ ଆସିଥିବା ବେଳେ ଗତ ୨ ଦିନ ଧରି ଆନୁପାତିକ ଭାବେ ମୃତ୍ୟୁ ସଂଖ୍ୟା ବଢିଛି ।

Comments are closed.