Latest Odisha News

BREAKING NEWS

ମହଙ୍ଗା ପଡିଲା ସୋସିଆଲ ମିଡିଆ ପୋଷ୍ଟ, ଇରାନ୍‌ରେ ୩୦୦ ମୃତ, ହଜାରେ ଅସୁସ୍ଥ !

ଇରାନ୍‌: ଆମେରିକାର ନ୍ୟୁଜ୍ ଏଜେନ୍ସି ଦ ଏସୋସିଏଟେଡ୍ ପ୍ରେସ୍ ର ଟୁଇଟ୍ ଅନୁଯାୟୀ କରୋନାଭାଇରସ୍‌ଠୁ ମୁକ୍ତି ପାଇବା ପାଇଁ ଇରାନର ବହୁ ଲୋକ ମେଥନଲ୍ ଭଳି ବିଶାକ୍ତ କେମିକାଲକୁ ଇଂଜେକ୍ସନ ରୂପେ ବ୍ୟବହାର କରିଥିଲେ ।

ସୋସିଆଲ ମିଡିଆରେ କିଛି ଫେକ୍ ପୋଷ୍ଟରେ ହାଇ ଲେଭଲ ଆଲକୋହଲ କରୋନାଭାଇରସ୍‌ର ଆଣ୍ଟିଡୋଟ୍ ବୋଲି ଗୁଜବ ଉଠିଥିଲା । ତେବେ ଇରାନ ଭଳି ଇସଲାମିକ ଦେଶରେ ଆଲକୋହଲ୍ ବ୍ୟାନ୍ ଥିବାରୁ ଲୋକେ ମେଥନଲ୍‌କୁ କୋଭିଡ୍‌-୧୯ର ଉପଚାର ଭାବି ବ୍ୟବହାର କରିଥିଲେ ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ସୋସିଆଲ୍ ମିଡିଆରେ ଜଣେ ବ୍ରିଟିଶ ସ୍କୁଲ୍ ଟିଚର୍ ହ୍ୱିସ୍କି ଓ ମହୁ ର ମିଶ୍ରଣରେ ଏକ ପାନ ପ୍ରସ୍ତୁତ କରି କରୋନାଭାଇରସ୍‌ଠୁ ମୁକ୍ତି ପାଇଥିଲେ । ଏହି ପୋଷ୍ଟ ଇରାନ୍‌ରେ ପ୍ରବାହିତ ହେବା ପରେ ଲୋକେ ମେଥନଲ୍‌କୁ କୋଭିଡ୍‌-୧୯ର ଉପଚାର ରୂପେ ବାଛିନେଇଥିଲେ ।

ମଧ୍ୟ ଏସୀୟ ଦେଶ ଭାବେ କୋଭିଡ-୧୯ ପାଇଁ ଇରାନରେ ସବୁଠୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । ମେଥନଲ ଜନିତ ମୃତ୍ୟୁସଂଖ୍ୟାକୁ ଇରାନ ସ୍ପଷ୍ଟ କରିନଥିଲାବେଳେ ଅନେକ ଗଣମାଧ୍ୟମରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

କରୋନାମାହାମାରୀ ସଂପୃକ୍ତ କୌଣସି ଗୁଜବକୁ ବିଶ୍ୱାସ ନ କରି ଡାକ୍ତରଖାନା କିମ୍ବା ସହାୟତା କେନ୍ଦ୍ରର ସାହାଯ୍ୟ ନିଅନ୍ତୁ ।

Leave A Reply

Your email address will not be published.