Latest Odisha News

BREAKING NEWS

ଲକ୍‌ଡାଉନ୍ ଡାଏରୀ: ସବୁବେଳେ ବ୍ୟସ୍ତ ରହୁଥିବା ସଂଜୟ ହଂସ୍‌ଙ୍କ ଫୋକସ୍ ଏବେ ଫିଟନେସ୍ ଉପରେ

ଭୁବନେଶ୍ୱର: ବର୍ତ୍ତମାନର ଦେଶବ୍ୟାପୀ ଲକ୍‌ଡାଉନ୍ ଜାରି ହୋଇଥିବା ବେଳେ ସମସ୍ତେ ଏବେ ଘରେ । ତେବେ ବ୍ୟସ୍ତବହୂଳ ଜୀବନରେ ନିଜ ପାଇଁ ସମୟ ପାଉନଥିବା ଅନେକ ବ୍ୟକ୍ତି ଏବେ ନିଜ ପସନ୍ଦର କାର୍ଯ୍ୟକୁ ସମୟ ଦେବା ଆରମ୍ଭ କରିଛନ୍ତି ।

ଆଜିର ଲକ୍‌ଡାଉନ୍ ଡାଏରୀରେ ଆସନ୍ତୁ ଜାଣିବା ପ୍ରସିଦ୍ଧ ଲାଲଚାନ୍ଦ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ହଂସ୍‌ଙ୍କ ଦିନର ରୁଟିନ୍‌ରେ କଣ ସବୁ ବଦଳିଛି । ଆଗରୁ ତାଙ୍କ ପାଇଁ ଘରେ ସମୟ ବିତାଇବା ଏକ ସ୍ୱପ୍ନ ଥିଲା ବୋଲି କୁହନ୍ତି ସଂଜୟ । ତେବେ ଏବେ ଏହି ସୁଯୋଗ ଆଣି ଦେଇଛି ଲକ୍‌ଡାଉନ କଟକଣା ।

ଦୀର୍ଘ ୩୦ ବର୍ଷ ଧରି ବ୍ୟବସାୟରେ ସମ୍ପୁର୍ଣ୍ଣ ଭାବରେ ନିମଗ୍ନ ରହୁଥିବା ସଂଜୟ ସବୁବେଳେ ବିଭିନ୍ନ ପ୍ରକାର ଆହ୍ୱାନର ସାମ୍ନା କରିଛନ୍ତିି ଓ ସଫଳତାର ସହ ମୁକାବିଲା କରିଛନ୍ତି । କିନ୍ତୁ କରୋନା ଯୋଗୁଁ ଏପରି ଏକ ସମୟ ଆସିବ ତାହା ସେ କେବେ କଳ୍ପନା କରି ନ ଥିବା କହିଛନ୍ତି ।

ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଘରେ ନିଜର ଫିଟ୍‌ନେସ୍ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ସଂଜୟ । ଟ୍ରେଡମିଲରେ ସେ ଟିକେ ଅଧିକ ସମୟ ବିତାଇପାରିବା ସହ ବ୍ୟାୟାମ କରୁଥିବା ସେ କହିଛନ୍ତି ।

କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜ ପ୍ରୟ ବହି ପଢିପାରୁନଥିବା ସଞ୍ଜୟ ଏବେ ନିଜ ପ୍ରିୟ ଲେଖକ ଏକ୍‌ହାର୍ଟ ଟଲିଙ୍କର ବହି ‘ଦି ପାୱାର ଅଫ୍ ନାଓ’ ପଢୁଥିବା କହିଛନ୍ତି । ଏତେଦିନ ପରେ ଘରେ ରହିବା ସମୟ ପାଇଥିବାରୁ ବେଶ୍ ଖୁସି ଅଛନ୍ତି ସଂଜୟ ହଂସ୍ । ତେବେ ଏସବୁ ସହିତ ବର୍ତ୍ତମାନର ସଙ୍କଟ ସମୟରେ ନିଜ କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ଅସୁବିଧାର ଧ୍ୟାନ ରଖିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିବା ସେ କହିଛନ୍ତି ।

ଲକ୍‌ଡାଉନ୍ ଯୋଗୁଁ ବ୍ୟବସାୟ ବନ୍ଦ ରହିଥିବା ନେଇ ତାଙ୍କ ମନରେ କୌଣସି ଦଃଖ ନାହିଁ, ବରଂ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବାରୁ ସେ ପ୍ରଶଂସା କରିଛନ୍ତି ।

ଲାଲଚାନ୍ଦ ଗ୍ରୁପ୍‌ରେ ଏକ ହଜାରରୁ ଅଧିକ କର୍ମଚାରୀ କାମ କରନ୍ତି । ସେମାନେ କିପରି ଲକ୍‌ଡାଉନ୍ ନିୟମ ଠିକ୍ ଭାବରେ ପାଳନ କରିବେ ସେ ନେଇ ଗ୍ରୁପ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ମ୍ୟାନେଜର ଓ ନିର୍ଦ୍ଦେଶକମାନଙ୍କୁ ନେଇ ସେ ଏକ ଗ୍ରୁପ ଗଠନ କରିଛନ୍ତି ଯେଉଁମାନେ କି କର୍ମଚାରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ଅସୁବିଧାରେ ଥିବା କର୍ମଚାରୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏସବୁ ଉପରେ ନଜର ରଖିଛନ୍ତି ସଞ୍ଜୟ ।

Leave A Reply

Your email address will not be published.