ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀ ଏବଂ ପୋଲିସ କର୍ମଚାରୀ ନାରାୟଣ ସେଠୀଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଜିପୁର ଲକ୍ଷ୍ମୀ ସାହିର ସୁକାନ୍ତ ମହାରଣା ଓ ତାଙ୍କ ପୁତୁରା ଅରୁଣ ମହାରଣା ଓ ସୁମିତ ମହାରଣାଙ୍କ ସହ କର୍ପୋରେଟର ନରସିଂହ ଓ ତାଙ୍କ ଭାଙ୍କ ନାରାୟଣ ସେଠୀଙ୍କ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ମଙ୍ଗଳବାର ରାତିରେ କର୍ପୋରେଟର ନରସିଂହ, ନାରାୟଣ ଓ ତାଙ୍କ ୩ ସହଯୋଗୀ ଯଥା ଏନ.ପ୍ରକାଶ, ଜି. ପ୍ରସାଦ ରାଓ ଏବଂ ପି. ନରସିଂହ ରାଓ କାଳୀମନ୍ଦିର ନିକଟ ବନ୍ଧସାହି ଠାରେ ଠିଆ ହୋଇଥିଲେ । ଏହି ସମୟରେ ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ଅନ୍ୟ ଦୁଇ ସହଯୋଗୀ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ଏହାର କିଛି ସମୟରେ କର୍ପୋରେଟର ଓ ତାଙ୍କ ସମର୍ଥକମାନେ ସୁକାନ୍ତଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡାକିଥିଲେ। ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ବାହାରକୁ ଆସିଥିଲେ । କର୍ପୋରେଟର ଓ ତାଙ୍କ ସହଯୋଗୀ ନିଜ ସାଙ୍ଗରେ ଆଣିଥିବା ଖଣ୍ଡା, କାତିରେ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଏକାଧିକ ଆହତ ହୋଇଥିଲେ। ହେଲେ କର୍ପୋରେଟର ଗୋଷ୍ଠୀର ଆକ୍ରମଣରେ ସୁକାନ୍ତଙ୍କ ପୁତୁରା ଅରୁଣଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । କର୍ପୋରେଟରଙ୍କ ଗୋଷ୍ଠୀ ସେଠାରୁ ଫେରାର୍ ହୋଇଯାଇଥିଲେ । ଅରୁଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।
BREAKING NEWS
- Sabyasachi and Archita:ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲା ଖୁସି ଖବର
- India Brazil Relations: ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ…
- ଆସ୍ଥା ହରାଇଲେ ଗୁଡ଼ାରି ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଅନାସ୍ଥା ସପକ୍ଷରେ ୧୬ ସଦସ୍ୟ
- ସନ୍ତୋଷ ଟ୍ରଫି ଫୁଟବଲ: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମେଘାଳୟଠାରୁ ହାରିଲା ଓଡିଶା
- ଟ୍ରମ୍ପଙ୍କ ‘ଶାନ୍ତି ବୋର୍ଡ’; କାହିଁକି ଦୂରେଇଲା ଭାରତ…
- ୨୦୩୬ ସୁଦ୍ଧା ୯୦ପ୍ରତିଶତ ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
- କ୍ରୋଏସିଆ ଭାରତୀୟ ଦୂତାବାସରେ ଭଙ୍ଗାରୁଜା; ନିନ୍ଦା କଲା ମନ୍ତ୍ରଣାଳୟ…
- ଓସ୍କାର ୨୦୨୬ ରେସରୁ ବାଦ ପଡିଲା ହୋମବାଉଣ୍ଡ
- ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସରସ୍ଵତୀ ପୂଜା ହେବ, ନମାଜ ମଧ୍ୟ ପଢ଼ାଯିବ…
- Republic Day 2026: ଗଣତନ୍ତ୍ର ଦିବସ ପ୍ୟାରେଡ୍ ଓ ରିହର୍ସଲ ଲାଗି ଟ୍ରାଫିକ କଟକଣା…
Comments are closed.