ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀ ଏବଂ ପୋଲିସ କର୍ମଚାରୀ ନାରାୟଣ ସେଠୀଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଜିପୁର ଲକ୍ଷ୍ମୀ ସାହିର ସୁକାନ୍ତ ମହାରଣା ଓ ତାଙ୍କ ପୁତୁରା ଅରୁଣ ମହାରଣା ଓ ସୁମିତ ମହାରଣାଙ୍କ ସହ କର୍ପୋରେଟର ନରସିଂହ ଓ ତାଙ୍କ ଭାଙ୍କ ନାରାୟଣ ସେଠୀଙ୍କ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ମଙ୍ଗଳବାର ରାତିରେ କର୍ପୋରେଟର ନରସିଂହ, ନାରାୟଣ ଓ ତାଙ୍କ ୩ ସହଯୋଗୀ ଯଥା ଏନ.ପ୍ରକାଶ, ଜି. ପ୍ରସାଦ ରାଓ ଏବଂ ପି. ନରସିଂହ ରାଓ କାଳୀମନ୍ଦିର ନିକଟ ବନ୍ଧସାହି ଠାରେ ଠିଆ ହୋଇଥିଲେ । ଏହି ସମୟରେ ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ଅନ୍ୟ ଦୁଇ ସହଯୋଗୀ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ଏହାର କିଛି ସମୟରେ କର୍ପୋରେଟର ଓ ତାଙ୍କ ସମର୍ଥକମାନେ ସୁକାନ୍ତଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡାକିଥିଲେ। ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ବାହାରକୁ ଆସିଥିଲେ । କର୍ପୋରେଟର ଓ ତାଙ୍କ ସହଯୋଗୀ ନିଜ ସାଙ୍ଗରେ ଆଣିଥିବା ଖଣ୍ଡା, କାତିରେ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଏକାଧିକ ଆହତ ହୋଇଥିଲେ। ହେଲେ କର୍ପୋରେଟର ଗୋଷ୍ଠୀର ଆକ୍ରମଣରେ ସୁକାନ୍ତଙ୍କ ପୁତୁରା ଅରୁଣଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । କର୍ପୋରେଟରଙ୍କ ଗୋଷ୍ଠୀ ସେଠାରୁ ଫେରାର୍ ହୋଇଯାଇଥିଲେ । ଅରୁଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।
BREAKING NEWS
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
Comments are closed.