Latest Odisha News

BREAKING NEWS

ଆଇପିଏଲ ଖେଳିଥିବା ନେପାଳୀ କ୍ରିକେଟରଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନୋଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ନେପାରର ଅଧିନାୟକ ସନ୍ଦୀପ ୧୭ ବର୍ଷୀୟା ଏକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାଠମାଣ୍ଡୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଝିଅଟିର ଡାକ୍ତରୀ ମାଇନା କରାଯାଇଛି ଏବଂ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି । ନାଗରକୋଟର ଏକ ହୋଟେଲରେ ସନ୍ଦୀପ ରହିଥିବା ବେଳେ ଏହି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ସେ କେନିୟା ଗସ୍ତରେ ଯାଇଥିଲେ ଏବଂ ପରେ କ୍ୟାରିବିୟାନ ପ୍ରିମିୟର ଲିଗ ଖେଳିଥିଲେ ।

ସନ୍ଦୀପ ଜଣେ ଭଲ ଲେଗ ସ୍ପିନର ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଯଦି ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତାହାହେଲେ ତାଙ୍କ କ୍ୟାରିୟର ଅନ୍ଧକାର ଭିତରକୁ ଠେଲି ହୋଇଯିବ । କେନିୟା ବିପକ୍ଷ ମ୍ୟାଚରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସନ୍ଦୀପ ଏ ପର୍ଯ୍ୟନ୍ତ ଟି୨୦ କ୍ରିକେଟରେ ୮୩ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.