ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀ ଏବଂ ପୋଲିସ କର୍ମଚାରୀ ନାରାୟଣ ସେଠୀଙ୍କ ସମେତ ମୋଟ ୭ଜଣଙ୍କୁ ଗିରଫ କରିଛି ।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ୍ ଏମ୍ଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବିଜିପୁର ଲକ୍ଷ୍ମୀ ସାହିର ସୁକାନ୍ତ ମହାରଣା ଓ ତାଙ୍କ ପୁତୁରା ଅରୁଣ ମହାରଣା ଓ ସୁମିତ ମହାରଣାଙ୍କ ସହ କର୍ପୋରେଟର ନରସିଂହ ଓ ତାଙ୍କ ଭାଙ୍କ ନାରାୟଣ ସେଠୀଙ୍କ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ମଙ୍ଗଳବାର ରାତିରେ କର୍ପୋରେଟର ନରସିଂହ, ନାରାୟଣ ଓ ତାଙ୍କ ୩ ସହଯୋଗୀ ଯଥା ଏନ.ପ୍ରକାଶ, ଜି. ପ୍ରସାଦ ରାଓ ଏବଂ ପି. ନରସିଂହ ରାଓ କାଳୀମନ୍ଦିର ନିକଟ ବନ୍ଧସାହି ଠାରେ ଠିଆ ହୋଇଥିଲେ । ଏହି ସମୟରେ ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ଅନ୍ୟ ଦୁଇ ସହଯୋଗୀ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିଲେ । ଏହାର କିଛି ସମୟରେ କର୍ପୋରେଟର ଓ ତାଙ୍କ ସମର୍ଥକମାନେ ସୁକାନ୍ତଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡାକିଥିଲେ। ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ବାହାରକୁ ଆସିଥିଲେ । କର୍ପୋରେଟର ଓ ତାଙ୍କ ସହଯୋଗୀ ନିଜ ସାଙ୍ଗରେ ଆଣିଥିବା ଖଣ୍ଡା, କାତିରେ ଆକ୍ରମଣ କରିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଏକାଧିକ ଆହତ ହୋଇଥିଲେ। ହେଲେ କର୍ପୋରେଟର ଗୋଷ୍ଠୀର ଆକ୍ରମଣରେ ସୁକାନ୍ତଙ୍କ ପୁତୁରା ଅରୁଣଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । କର୍ପୋରେଟରଙ୍କ ଗୋଷ୍ଠୀ ସେଠାରୁ ଫେରାର୍ ହୋଇଯାଇଥିଲେ । ଅରୁଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।
BREAKING NEWS
- ମାନସିକ ଚାପ ସହି ନପାରି ଆତ୍ମହତ୍ୟା କଲେ ୩ ଥରର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବ !
- ଯାଜପୁର ସରକାରୀ ପଲିଟେକନିକରେ ଅଧ୍ୟାପକଙ୍କ ବିଶୃଙ୍ଖଳିତ ଆଚରଣ, ୩ ନିଲମ୍ବିତ…
- ତାଣ୍ଡବ ରଚୁଛି ବାତ୍ୟା ‘ଅର୍ଣ୍ଣବ’; ଗଛ ପଡ଼ି ମହିଳା ମୃତ
- Man Married 4 Times: ଲୁଚେଇ ଛପେଇ ୪ ବିବାହ! ଗର୍ଭବତୀ ହେବା ପରେ ଚତୁର୍ଥ ପତ୍ନୀଙ୍କୁ ମିଳିଲା ସତ! ତଥାପି ବଦଳିଲାନି ପ୍ରକୃତି…ବନ୍ଧା ହେଲେ ଦୁର୍ବୃତ୍ତ
- ପୁରୁଣା ତେଲ ଟାଙ୍କିକୁ କାଟୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
- Gold Walkway: ଏଠି ହାତ ମାରି ହେଉନି ସୁନା, ସେଠି ସୁନାରେ ତିଆରି ହେବ ରାସ୍ତା! ଚାଲିବେ ୨୪ କ୍ୟାରେଟ୍ ଗୋଲ୍ଡ ଓ୍ୱାକ୍ୱେରେ…
- Cyclone Arnab: ଆନ୍ଧ୍ରରେ ଘାଣ୍ଟୁଛି, ଓଡିଶାରେ କାଚୁଛି; ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ ବାତ୍ୟା! ଜାଣନ୍ତୁ କେଉଁ ଆଡେ ଗତି କରୁଛି ବାତ୍ୟା ‘ଅର୍ଣ୍ଣବ’…
- Sudan army drone strike:ବଜାର ଉପରେ ସେନାର ଡ୍ରୋନ୍ ଆକ୍ରମଣ; ୧୦୦ରୁ ଅଧିକ ଲୋକ ନିହତ,୧୧୩ ଆହତ
- ଅପରେସନ୍ ସିନ୍ଦୂର ମଧ୍ୟରେ ପାକିସ୍ତାନ ସମେତ ୧୦ଟି ଯାକ SCO ସଦସ୍ୟ ଦେଶକୁ ଭାରତର ନିମନ୍ତ୍ରଣ
- Very Severe Cyclonic Storm Arnab: ‘ଅର୍ଣ୍ଣବ’ ମୁକାବିଲାକୁ ନେଇ ହୀରାକୁଦରେ ପ୍ରସ୍ତୁତି;ଏପଟେ ମାଲକାନଗିରିରେ ୨୧୩୫ ଜଣଙ୍କୁ ସ୍ଥାନାନ୍ତର

Comments are closed.