Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଗୁଣୁପର ପୌର ପରିଷଦରେ ଲକ୍ଷାଧିକ ଟଙ୍କା ଆତ୍ମସାତ: ଭିଜିଲାନ୍ସ ଡିଏସ୍.ପି

ଗୁଣୁପର : ଗୁଣୁପର ପୌର ପରିଷଦରେ ଦୁର୍ନୀତି ଗନ୍ଧ । ଲକ୍ଷାଧିକ ଟଙ୍କା ଆତ୍ମସାତ୍ ତଦନ୍ତ ପାଇଁ ପହଞ୍ଚିଛନ୍ତି ଭିଜିଲାନ୍ସ ଡିଏସ୍.ପି । ତେବେ ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦରେ ଆସୁଥିବା ଯୋଜନା ଅର୍ଥ ଆତ୍ମସାତ କିଛି ନୂଆ କଥା ନୁହଁ ।

୨୦୧୮-୧୯ ଅଡିଟ ରିପୋର୍ଟ ବେଳେ ଏହି ପୌରପରିଷଦର ଜଣେ ଟାକ୍ସ କଲେକ୍ଟରଙ୍କ ନାଁରେ ୩୦ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଦର୍ଶାଯାଇଥିଲା । ଏହି ଘଟଣା ନେଇ କୌଣସି ତଥ୍ୟ ମଧ୍ୟ ସାମନାକୁ ଆସିନଥିଲା । ହେଲେ ପୌରପରିଷଦ ପକ୍ଷରୁ ଟଙ୍କା ଆତ୍ମସାତ୍ ହୋଇଥିବା କଥା ଦର୍ଶାଯାଇଥିଲା।

ତେବେ ସେହି ଘଟଣା  ପରେ ଟଙ୍କା ହେରଫେର ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ରାୟଗୁରୁ ଗୁଣୁପୁର ପୌରପରିଷଦରେ ପହଂଚିଛନ୍ତି। ତେବେ ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ ଜଣାଇଛନ୍ତି।  ଯାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.