Latest Odisha News

BREAKING NEWS

ପ୍ଲାଷ୍ଟିିକ ସର୍ଜରୀ ନେଇଗଲା କନ୍ନଡ ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । ୨୧ ବର୍ଷୀୟା ଏହି ଲୋକପ୍ରିୟ ଅଭିନେତ୍ରୀ ନିକଟରେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ । ଏହା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକ ଏଥିପାଇଁ ମେଡିକାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ କସମେଟିକ ଡାକ୍ତରଖାନାରେ ସେ ତାଙ୍କ ଶରୀର ଚର୍ବି କମାଇବା ପାଇଁ ସର୍ଜରୀ କରାଉଥିଲେ । ଏଥିରେ ତ୍ରୁଟି ହେବା ଯୋଗୁ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ସର୍ଜରୀ ସମ୍ପର୍କରେ ଚେତନା କାହାକୁ କହି ନ ଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା । ସୂଚନାଯୋଗ୍ୟ, ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ଶରୀରର ସୌନ୍ଦର୍ଯ୍ୟ କୃତ୍ରିମ ଉପାୟରେ ବଜାୟ ରଖିବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସହାୟ ନେଇଥାନ୍ତି । ଚେତନା ସମ୍ପୂର୍ଣ୍ଣ ଫିଟ ଥିଲେ ମଧ୍ୟ କାହିଁକି ପରିବାରଲୋକଙ୍କୁ ଲୁଚାଇ ସର୍ଜରୀ କରୁଥିଲେ ତାହା ଜଣାପଡି ନାହିଁ ।

Leave A Reply

Your email address will not be published.