Latest Odisha News

ଚୋରା ଚାଲାଣ ବେଳେ ଅଟୋରୁ ୨୧୬୦ ବୋତଲ କଫ୍‌ ସିରପ୍ ଜବତ, ୨ ଗିରଫ

ବରଗଡ଼: ବେଆଇନ କଫ୍ ସିରପ୍ ବା କାଶ ଔଷଧ ରାକେଟକୁ ଠାବ କରି ଦୁଇ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ। ରବିବାର ବରଗଡ଼ ଜିଲ୍ଲାରେ ପୋଲିସ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନ ସମୟରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି।

ବରଗଡର କୃଷକ ବଜାର ନିକଟରେ ଥିବା ଏକ ଅଟୋ ରିକ୍ସାରୁ ମୋଟ ୨ ହଜାର ୧୬୦ ବୋତଲ କାଶ ଔଷଧ ଜବତ କରାଯାଇଛି। ବେଆଇନ ଭାବେ କଫ୍ ସିରପ୍ ପରିବହନ ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ସହରର ଗଣେଶ ନାଗ ଏବଂ ସମ୍ବୁ ଲୋହାନ ବୋଲି ପୋଲିସ ଅତିରିକ୍ତ ଏସପି ଟି.କେ ମହାନ୍ତି ସୂଚନା ଦେଇଛନ୍ତି।

ଅଟୋରୁ କଫ୍ ସିରପ୍ ସହିତ ପ୍ଲାଷ୍ଟିକ ପାତ୍ରରେ ୪ ଲିଟର ଅପମିଶ୍ରିତ ଡ୍ରଗ୍ସ , ୨ଟି ଷ୍ଚ୍ରିପ୍ ନାଇଟ୍ରୋଜେନ-10 ଔଷଧ, ୧୫ଟି ପ୍ଲାଷ୍ଟିକ ଗ୍ଲାସ, ଗୋଟିଏ ମୋବାଇଲ ଫୋନ ଏବଂ ଅଟୋରିକ୍ସା ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଅଧିକ ତଦନ୍ତ ଚାଲିଛି।

Comments are closed.