Latest Odisha News

BREAKING NEWS

କଫ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ CDSCOର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ କେନ୍ଦ୍ରର ସତର୍କତା ନିର୍ଦ୍ଦେଶ। କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କନଟ୍ରୋଲ ଅର୍ଗାନାଇଜେସନ୍ (CDSCO) ନିର୍ଦ୍ଦେଶ ଦେଇଛି।

କଫ ସିରପ୍‌ରେ ବ୍ୟବହୃତ ଉଭୟ କଞ୍ଚାମାଲ ଏବଂ ପ୍ରସ୍ତୁତ ଉତ୍ପାଦର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛି CDSCO। ପରୀକ୍ଷଣ ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି କେନ୍ଦ୍ର।

କହିରଖୁଛୁ ଯେ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରେ କଫ୍ ସିରପ୍ ଯୋଗୁଁ ଶିଶୁଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । କେତୋଟି କଫ ସିରପ୍, ୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦିଆଯିବା ଉଚିତ୍ ନୁହେଁ । ଏହା ସତ୍ତ୍ୱେ, ନିର୍ମାତା ଲେବଲରେ ଓ୍ବାର୍ଣ୍ଣିଂ ଦେଉନାହାନ୍ତି । CDSCO ପ୍ରଥମରୁ ନିର୍ଦ୍ଦେଶ ଦେଇଥିଲା ଯେ ନିର୍ମାତାମାନେ ପ୍ୟାକେଜିଂରେ ଚେତାବନୀ ସ୍ପଷ୍ଟ ଭାବରେ ଦେଖାନ୍ତୁ ।

Comments are closed.