ବରଗଡ: ବେଆଇନ କଫ ସିରପ୍ ଚୋରା ଚାଲାଣ କରୁଥିବା ୩୦ ଜଣ ଔଷଧ ବେପାରୀଙ୍କୁ ମଙ୍ଗଳବାର ବରଗଡ଼ ପୁଲିସ କାବୁ କରିଛି।ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ ଏସପିଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ସମାନ ପରିମାଣରେ ଚଢାଉ କରାଯାଇ ବେଆଇନ କଫ୍ ସିରଫ କରିବାରର ପର୍ଦ୍ଧାଫାସ କରିଥିଲା ଜିଲ୍ଲା ପୋଲିସ।
ପଶ୍ଚିମ ଓଡ଼ିଶାରେ ବେଆଇନ କଫ୍ ସିରଫ କାରବାର ସକ୍ରିୟ ରହିଥିବା ବେଳେ ଏହାକୁ ରୋକିବା ପାଇଁ ବରଗଡ଼ ଏସପିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଅଭିଯାନରେ ଚଢାଉ କରାଯାଇ ଆଜି ଏହି ବେପାରୀମାନଙ୍କୁ ଗିରଫ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର, ଜଗଦଲପୁର, ପାଇକମାଳ, ବିଡେନ, ଗାଇସିଲଟ, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଅସାଧୁ ବେପାରୀଙ୍କୁ ଗିରଫ କରିଛି ପୋଲିସ।
ମାର୍ଚ୍ଚ ମାସରେ ବରଗଡର ପଦ୍ମପୁରରେ କଟକରୁ ବରଗଡ଼ ଟାଉନ୍ ଆସୁଥିବା ଏକ ପିକ ଅପ ଗାଡିରୁ ବେଆଇନ କଫ ସିରଫ ଧାରପଡ଼ିଥିଲା। ଗାଡିରେ ସ୍କୁଲ ନୋଟବୁକ୍ ସହ ୨,୫୬୦ (୧୦୦ ମି. ଲି. ) କଫ ସିରପ୍ ବୋତଲ ଓ ୬,୦୦୦ ପେଣ୍ଟାଜୋସିନ ଲାକ୍ଟେଟ୍ ଇଞ୍ଜେକସନ୍ ଜବତ ହୋଇଥିଲା। ଏଥିସହ ଅଭିଯୁକ୍ତଙ୍କ ନିକଟରୁ ନଗଦ ୩୦ହଜାର ୧୭୦ଟଙ୍କା ଜବତ କରାଯାଇଥିଲା।
ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ବଲାଙ୍ଗୀରରେ ମାର୍ଚ୍ଚ ମାସରେ ପୋଲିସ ଏକ ସ୍ୱତନ୍ତ୍ର ଅପରେସନରେ ଆନ୍ତଃରାଜ୍ୟ କଫ ସିରପ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରି ୩୮ ଜଣଙ୍କୁ ଗିରଫ କରିଥିଲା। ଏହି ସମୟରେ ୩୫ ଲକ୍ଷ ଟଙ୍କାର ୧୨ ହଜାର ୯୬୦ ବୋତଲ କଫ ସିରପ, ଗୋଟିଏ ଦେଶୀ ବନ୍ଧୁକ, ୩ଟି କାର, ୨ଟି ମୋଟର ସାଇକେଲ, ୧୭ଟି ମୋବାଇଲ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।
Comments are closed.