Latest Odisha News

BREAKING NEWS

କାହିଁକି ପାଳନ କରାଯାଏ ପଞ୍ଚୁକ ବ୍ରତ, ଜାଣନ୍ତୁ ଏହାର ମାହାତ୍ମ୍ୟ ଓ ପୂଜା ବିଧି

ଭୁବନେଶ୍ଵର: କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ ପାଳନ କରାଯାଏ ପଞ୍ଚୁକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଆସନ୍ତା ୨୨ରୁ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସଠାରୁ ସାତଦିନ ହବିଷ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଖାଦ୍ୟ ଆହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପଞ୍ଚୁକ କ’ଣ ଓ ଏହା କାହିଁକି ପାଳନ କରାଯାଏ ।

ଓଡିଆ ଲୋକ କଥାରେ କଥା ରହିଛି ଏହି ପାଞ୍ଚଦିନ ବଗ ବି ଆମିଶ ତ୍ୟାଗ କରିଥାଏ । ପୁରାଣ ଅନୁସାରେ ଯେତେବେଳ ପିତାମହ ଭୀଷ୍ମ ଶର ସର୍ଯ୍ୟାରେ ଥିଲେ ସେତେବେଳେ ସେ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଏଥିରେ ପ୍ରଶନ୍ନ ହୋଇଥିଲେ । ଶ୍ରୀକୃଷ୍ଣ କହିଥିଲେ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟ କରିବେ ସେମାନେ ମୋତେ ସନ୍ତୁଷ୍ଟ କରିବେ । ସେହିଦିନ ଠାରୁ କାର୍ତ୍ତିକ ଶେଷ ପାଞ୍ଚଦିନ ପଞ୍ଚୁକ ଭାବେ ପାଳନ କରାଯାଇ ଆସୁଛି । ଆହୁରି ଏକ କଥା ରହିଛି କାର୍ତ୍ତିକ ମାସରେ ମା ଲକ୍ଷ୍ମୀ ପୃଥୀବି ଭ୍ରମଣ କରିଥାନ୍ତି । ଏହି ପାଞ୍ଚଦିନ ସକାଳେ ନିଷ୍ଠାର ସହିତ ତୁଳସୀ ଗଛରେ ପାଣିଦେଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ପଞ୍ଚୁକର ପୂଜାବିଧି:

ପ୍ରବୋଧନୀ ଏକାଦଶି ଦିନ, ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପରେ, ଗାଧୋଇ ସାରି ପରିଷ୍କାର ପୋଷାକ ପିନ୍ଧନ୍ତୁ । ଏହା ପରେ, ଭଗବାନ କୃଷ୍ଣ ଏବଂ ଭୀଷ୍ମଙ୍କ ଫଟୋକୁ ପୂଜା ଘରେ ସ୍ଥାପନ କରନ୍ତୁ । ଏହା ପରେ ଉପବାସର ଶପଥ ନିଅନ୍ତୁ । ଏହା ପରେ ଭଗବାନ କୃଷ୍ଣ ଏବଂ ଭୀଷ୍ମଙ୍କୁ ଚନ୍ଦନ ସିନ୍ଦୁର ଲଗାନ୍ତୁ ଫୁଲ ଏବଂ ଫଳ ଦିଅନ୍ତୁ ।

ତା’ ପରେ ଶୁଦ୍ଧ ଘିଅରେ ଅଖଣ୍ଡ ଜ୍ୟୋତି ଲଗାନ୍ତୁ । ପଞ୍ଚମ ଦିନରେ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାରେ ଘରେ ହୋମ କରନ୍ତୁ । ଯାହାଦ୍ୱାରା ଘରେ ସୁଖ ଶାନ୍ତି ଲାଗି ରହିବ। ଏହି ଦିନ ଗରିବଙ୍କୁ ଦାନ ଧର୍ମ କରନ୍ତୁ ଯାହା । ଫଳରେ ପୂର୍ବରୁ କରିଥିବା କିଛି ପାପର କ୍ଷୟ ହୋଇଯିବ। ଏହି ଉପବାସକୁ ପାଳନ କରି ସମସ୍ତ ଇଚ୍ଛା ପୂରଣ ହେବ ବୋଲି ବିଶ୍ୱାସ କରାଯାଏ।

 

 

Leave A Reply

Your email address will not be published.