Latest Odisha News

ଆଜି ମୁଁ ଗିରଫ ହୋଇପାରେ: ସିବିଆଇ ସମନ ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।  ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗରେ ଗତକାଲି ସିବିଆଇ ତାଙ୍କୁ ଏକ ସମନ ଜାରି କରି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲା। ହେଲେ ସେ ବଜେଟ୍ କାରଣରୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି। ତେଣୁ ଆଜି ମନୀଷଙ୍କୁ ଗିରଫ କରାଯାଇପାରେ ବୋଲି ସେ ନିଜେ ସୂଚନା ଦେଇଛନ୍ତି। ବିଜେପି ତାଙ୍କୁ ଗିରଫ କରିବାକୁ ଆଦେଶ ଦେଇପାରେ ବୋଲି ମନୀଷ କହିଛନ୍ତି।

ଏନେଇ ସେ କହିଛନ୍ତି “ମୁଁ ଗିରଫକୁ ଭୟକରେ ନାହିଁ କି ସିବିଆଇ ପ୍ରଶ୍ନରରୁ ବଞ୍ଚେ ନାହିଁ। ” ତେବେ ବର୍ତ୍ତମାନ ଦିଲ୍ଲୀ ସରକାର ବଜେଟ୍‌ କାମରେ ଲାଗିଛନ୍ତି। ତେଣୁ ସିବିଆଇ ପ୍ରଶ୍ନ ପାଇଁ ଆଉ ଏକ ତାରିଖ ଦିଆଯାଉ ବୋଲି ସିସୋଦିଆ ଅନୁରୋଧ କରିଛନ୍ତି।

ଦିଲ୍ଲୀ ମଦ ଦୁର୍ନିତି ନେଇ ଗତ ୩ ମାସ ତଳେ ଚାର୍ଜଶିଟ୍ ଦାଖଲ ହୋଇଥିଲା। ଚାର୍ଜଶିଟ୍‌ରେ ସିସୋଦିଆଙ୍କ ନାଁ ନଥିଲେ ବି ଗତକାଲି ସିବିଆଇ ତାଙ୍କୁ ଏକ ନୂଆ ପ୍ରମାଣ ମିଳିଥିବା କହି ପଚରାଉଚରା ପାଇଁ ସମନ କରିଥିଲା। ରବିବାର ତାଙ୍କର ସିବିଆଇ କାର୍ଯ୍ୟାଳୟରେ ହାଜର  ଦେବାର ଥିଲା। ହେଲେ ବଜେଟ୍ କାମ ଯୋଗୁ ଆଜି ସେ ହାଜର ହୋଇପାରିବେ ନାହିଁ ବୋଲି ସୂଚନା ମିଳିଛି। ଏହାପରେ ସିବିଆଇ ତାଙ୍କୁ ଆଉ ଏକ ସମନ ଜାରି କରିବା ବୋଲି କୁହାଯାଉଛି।

ବଜେଟ୍ କାମ ଯୋଗୁ ମନୀଷ ବ୍ୟସ୍ତ ଅଛନ୍ତି। ତେଣୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସେ ସପ୍ତାହେ ସମୟ ମାଗିଛନ୍ତି।  ଏହାପୂର୍ବରୁ ମନୀଷଙ୍କୁ ଅକ୍ଟୋବର ୧୭ ତାରିଖରେ ସିବିଆଇ ଜେରା କରିଥିଲା। ଏହାପରେ ତାଙ୍କ ଘରେ ଅଫିସ୍‌ରେ ଓ ବ୍ୟାଙ୍କରେ ଆକାଉଣ୍ଟ ସବୁ ସର୍ଚ୍ଚ କରିଥିଲା। ତେବେ ଏହି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିଲେ ତାଙ୍କ ନାଁ ଏଥିରେ ନାହିଁ।

Comments are closed.