Latest Odisha News

BREAKING NEWS

ବୁଲେଟ୍‌ ପାଇଁ ବୋହୂକୁ ହତ୍ୟା; କହିଲେ ବୋହୂ ହୋଇଯାଇଛି ଫେରାର 

ଆରହା : ପୁଣି ସାମ୍ନାକୁ ଆସିଲା ବଧୂ ହତ୍ୟା ଅଭିଯୋଗ । ଯୌତୁକରେ ବୋହୂ ବୁଲେଟ୍ ଆଣିଲାନି ବୋଲି ବୋହୂର ଜୀବନ ନେଇଗଲେ ଶାଶୁଘର ଲୋକେ । ହତ୍ୟା ଦୋଷରୁ ମୁକୁଳିବା ପାଇଁ ବୋହୂର ରଚିଲେ ନାଟକ । ଏଭଳି ଚାଞ୍ଚଲ୍ୟକର ଘଟଣା ବିହାରର ଶାହପୁର ଥାନା ଅନ୍ତର୍ଗତ ଈଶ୍ୱରପୁର ଗାଁରେ ଘଟିଛି।

ଯୌତୁକରେ ବୋହୂ ବୁଲେଟ୍ ଆଣିଲାନି ବୋଲି ଶାଶୁଘର ଲୋକେ ଜୀବନରୁ ମାରିଦେଲେ । ଆଉ ହତ୍ୟା ଦୋଷରୁ ମୁକୁଳିବା ପାଇଁ ବେହୂର ମୃତଦେହକୁ ଗାଏବ୍‌  କରିଦେଲେ। ପରେ ବୋହୂ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ । ଝିଅର ପରିବାର ଲୋକଙ୍କୁ କହିଲେ ତମ ଝିଅ କାହା ସହ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ୧୧ ଡିସେମ୍ୱର ୨୦୨୦ରେ ବୀରେନ୍ଦ୍ର ସିଂହଙ୍କ ୨୫ ବର୍ଷୀୟ ଝିଅ ଲଭଲୀ କୁମାରୀଙ୍କ ବିବାହ ରାମଅବତାର ସିଂହଙ୍କ ପୁଅ ଜୟ ଗୋବିନ୍ଦ ସିଂହଙ୍କ ସହ ହୋଇଥିଲା ।  ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍‌ ରହିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍‌ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ । ଏକଥା ବାହାରେ ମୁହଁ ଖୋଲିଲେ ଲଭଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଥିଲା । ଲଭଲୀଙ୍କ ପରିବାର ଲୋକ ଗରିବ ହୋଇଥିବାରୁ ମୁହଁ ମଧ୍ୟ ଖୋଲୁନଥିବା ଥାନାରେ ଅଭିଯୋଗ କରାଯାଇଛି । ମୃତ ମହିଳା ଲଭଲୀ ବାପାଙ୍କ ଅଭିଯୋଗ ଅନୁଯାୟୀ, ଲଭଲୀଙ୍କୁ ୧୬ ଫେବ୍ରୁୟାରୀରେ ହତ୍ୟା କରାଯାଇଛି । ପରେ ଲଭଲୀ ଫେରାର ହୋଇଯାଇଥିବା ଶାଶୁଘର ପକ୍ଷରୁ ମିଥ୍ୟା ଅଭିଯୋଗ ଆଣିଛନ୍ତି।

ଏନେଇ ମୃତ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ପୋଲିସ ଶାଶୁଘରର ୮ଜଣ ସଦସ୍ୟଙ୍କ ନାଁରେ  ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି  । ବର୍ତ୍ତମାନ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଛି ।

Leave A Reply

Your email address will not be published.