Latest Odisha News

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ ବିଜୟ ମୁକୁଟ । ଆଶା ଆଶଙ୍କାରେ ନେତା । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ। ସକାଳ ୮ଟାରୁ ଭୋଟ ଗଣତି କେନ୍ଦ୍ରରେ ଆରମ୍ଭ ହେବ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ୍‌ ଗଣତି ହେବ ।

୭୦ଟି କେନ୍ଦ୍ରରେ ଭୋଟ ଗଣନା କରାଯିବ । ଅଢେଇ କୋଟିରୁ ଅଧିକ ଲୋକଙ୍କ ମତଗଣନା ହେବ ।୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ପ୍ରତି ଆସନ ପାଇଁ ୧୪ଟି ଟେବୁଲରେ ଗଣତି । ୧୮ରୁ ୧୯ ରାଉଣ୍ଡ ଗଣତି ହେବ । ସକାଳ ୮ଟାରେ ଭୋଟ ଗଣନା ଆରମ୍ଭ ହେବ । ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ଇସିଆଇ ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ।

ସେପଟେ ଭୋଟ୍‌ ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଅତିରିକ୍ତ ୧୧୫ କମ୍ପାନୀ ଫୋର୍ସ ସିଏପିଏଫ୍ ମୁତୟନ ହୋଇଛନ୍ତି । ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ ଗଣତି ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇନର କର୍ଡନ ଦାୟିତ୍ବରେ ଅଛନ୍ତି ସିଏପିଏଫ୍‌ ଫୋର୍ସ । ସେହିପରି ପାୱାର ବ୍ୟାକଅପର ବ୍ୟବସ୍ଥା କରାଯାଇଛି । ତେଣୁ ବିଦ୍ୟୁତ କାଟର ଚିନ୍ତା ନାହିଁ । ତେବେ କାଉଣ୍ଟିଂ ସେଣ୍ଟର ଭିତରକୁ ମୋବାଇଲ ବ୍ୟାନ କରାଯାଇଛି । ଏବଂ ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Comments are closed.