Latest Odisha News

BREAKING NEWS

୨ୟ ଦିନରେ ୬ଘଣ୍ଟା ଧରି ହେଲା ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ;ମୁଖ୍ୟ ପ୍ରଶାସକ କହିଲେ- ସମୟ ସାପେକ୍ଷ କାର୍ଯ୍ୟ

ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦ୍ବିତୀୟ ଦିନର ଗଣତି ମଣତି କାର୍ଯ୍ୟ ସମାପ୍ତ ହୋଇଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଆଜି ଦିନ ୧୨ଟା ୧୦ରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଦ୍ବିତୀୟ ଦିନର ଗଣତି ମଣତି କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ରତ୍ନ ଅଳଙ୍କାର ଏବଂ ମୋତି ମାଣିକ୍ୟର ଚିହ୍ନଟ ଏବଂ ଓଜନ ପାଇଁ ଶ୍ରୀମନ୍ଦିର ବଣିଆ ସେବକ, ରତ୍ନ ବିଶାରଦ, ଆରବିଆଇ ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟ କରିଥିଲେ । ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ମ୍ୟାପିଂ କରାଯାଇଛି । ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ନିର୍ଭୁଲ ଭାବରେ ଏହି ଗଣତି ମଣତି କାର୍ଯ୍ୟ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଏଣୁ ଗଣତି ମଣତି କାର୍ଯ୍ୟ ଏକ ସମୟ ସାପେକ୍ଷ କାର୍ଯ୍ୟ । ”

କେବେ ନିର୍ଦ୍ଦିଷ୍ଟ ଭାବରେ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି ଶେଷ ହେବ ଏବେ କହିବା ଠିକ୍ ହେବ ନାହିଁ । ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହେବା ପରେ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମେ ଚଳନ୍ତି ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଶେଷ କରାଯାଇଛି । ଗତକାଲି ଏପ୍ରିଲ ୮ ତାରିଖରୁ ବାହାର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.